Categories: ଜାତୀୟ

ଆଡଭାନୀଙ୍କୁ ଭାଜପା ସଦସ୍ୟତା ସାର୍ଟିଫିକେଟ ଦେଲେ ନଡ୍ଡା

ନୂଆଦିଲ୍ଲୀ,୬ା୯:ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଗୁରୁବାର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲ୍‌କୃଷ୍ଣ ଆଡଭାନୀଙ୍କ ବାସଭବନକୁ ଯାଇ ତାଙ୍କ ଦଳୀୟ ସଦସ୍ୟତାକୁ ନବୀକରଣ କରାଇବା ସହ ସାର୍ଟିଫିକେଟ ପ୍ରଦାନ କରିଛନ୍ତି। ନଡ୍ଡାଙ୍କ ସହ ଭାଜପା ସାଧାରଣ ସମ୍ପାଦକ ଦୁଷ୍ୟନ୍ତ କୁମାର ଗୌତମ ମଧ୍ୟ ଆଡଭାନୀଙ୍କ ବାସଭବନକୁ ଯାଇଥିଲେ। ସେପ୍ଟେମ୍ବର ୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ସଦସ୍ୟ ସଂଗ୍ରହ ଅଭିଯାନ ଶୁଭାରମ୍ଭ କରିବା ସହ ନିଜ ସଦସ୍ୟତାକୁ ନବୀକରଣ କରାଇଥିଲେ। ଦଳର ଏହି ସଦସ୍ୟତା ଅଭିଯାନ କେବଳ ଏକ ରୀତି ନୁହେଁ, ପରିବାରର ସମ୍ପ୍ରସାରଣ ଏବଂ ଆଦର୍ଶଗତ ଆନ୍ଦୋଳନ ବୋଲି ମୋଦି କହିଥିଲେ। ସେହିପରି ଗୁରୁବାର ବର୍ଷୀୟାନ ନେତା ମୁରଲୀ ମନୋହର ଜୋଷୀଙ୍କୁ ମଧ୍ୟ ଭାଜପା ସଦସ୍ୟତା ସାର୍ଟିଫିକେଟ ପ୍ରଦାନ କରାଯାଇଛି।

Share