Posted inଜାତୀୟ

ନଡ୍ଡା କହିଲେ ଭାଜପା ଏବେ ବଡ଼ ଦଳ, ଆରଏସଏସର ପଡିବନି ଆବଶ୍ୟକ, ଉତ୍ତର ରଖିଲା ସଂଘ

ନୂଆଦିଲ୍ଲୀ,୩।୯: ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ(ଆରଏସଏସ) ପ୍ରମୁଖ ମୋହନ ଭଗଓ୍ବତ ଓ ୬ ସଂଯୁକ୍ତ ମହାସଚିବଙ୍କ ଉପସ୍ଥିତିରେ କେରଳରେ ଅଖିଳ ଭାରତୀୟ ସମନ୍ବୟ ବୈଠକ ଶେଷ ହୋଇଛି। ତେବେ ଏହି ବୈଠକରେ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା, ମହାସଚିବ ସଂଗଠନ ବି ଏଲ ସନ୍ତୋଷ, ବିଶ୍ୱ ହିନ୍ଦୁ ପରିଷଦ ମୁଖ୍ୟ ଆଲୋକ କୁମାର ଇତ୍ୟାଦି ଉପସ୍ଥିତ ଥିଲେ।

ତେବେ ବୈଠକ ପରେ ସଂଘର ମୁଖ୍ୟ ପ୍ରବକ୍ତା ସୁନୀଲ ଓମକର ଗଣମାଧ୍ୟମକୁ କହିଛନ୍ତି, ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଏଥିସହ ସଂଘ ଜାତୀୟ ଜନଗଣନାକୁ ନେଇ ବଡ଼ ବୟାନ ଦେଇଥିଲା। ବୟାନରେ ଏହି ପ୍ରସଙ୍ଗକୁ ସଂଘ ଏକ ସମ୍ବେଦନଶୀଳ ପ୍ରସଙ୍ଗ କହିଛି। ସଂଘ କହିଛି, ଏହାକୁ ଜନତାଙ୍କ ମଧ୍ୟରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଉ।

କହିରଖୁଛୁ କି, ଚଳିତ ଲୋକ ସଭା ନିର୍ବାଚନ ସମୟରେ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା କହିଥିଲେ, ଭାଜପାକୁ ଆଉ ଆରଏସଏସର ଆବଶ୍ୟକତା ନାହିଁ। ଏକ ସାକ୍ଷାତକାରରେ ସେ ଆହୁରି କହିଥିଲେ, ଆରମ୍ଭରୁ କିଛିଟା ଅସୁବିଧା ହୋଇଥିଲା ତେଣୁ ଆରଏସଏସର ଆବଶ୍ୟକତା ପଡୁଥିଲା। ଏବେ ଭାଜପା ସବୁ ନିଷ୍ପତ୍ତି ନେବାରେ ସକ୍ଷମ ଅଟେ। ଏବେ ପାର୍ଟି ସବୁ ନିଷ୍ପତ୍ତିକୁ ସ୍ବୟଂ ନେଇ ପାରୁଛି। ତେବେ ନଡ୍ଡାଙ୍କ ଏହି ବୟାନ ଆଲୋଡନ ସୃଷ୍ଟି କରିଥିଲା।

ବର୍ତ୍ତମାନ ନଡ୍ଡାଙ୍କ ଏହି ବୟାନର ଉତ୍ତର ରଖି ସଂଘ କହିଛି, ଆମ ମିଶନ ସମ୍ପର୍କରେ ଥିବା ମୂଳ ବିଚାରଧାର ସମ୍ପୂର୍ଣ୍ଣ ସ୍ପଷ୍ଟ ରହିଛି। ଅନ୍ୟ ପ୍ରସଙ୍ଗକୁ ସମାଧାନ କରାଯାଇପାରିବ, କିନ୍ତୁ ଏହା ଆମ ପାରିବାରିକ ମାମଲା ଅଟେ। ଏହାକୁ ମଧ୍ୟ ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦେଶ ଗୋଟିଏ ନିର୍ବାଚନ: ୧୫ ବିରୋଧୀ ଦଳ କହିଲେ ଅସମ୍ଭବ

ନୂଆଦିଲ୍ଲୀ,୧୮ା୯: କଂଗ୍ରେସ ନେତୃତ୍ୱରେ ୧୫ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ବୁଧବାର କେନ୍ଦ୍ର କ୍ୟାବିନେଟ୍ ପୂର୍ବତନ...

ଦେଶର ସର୍ବକନିଷ୍ଠ ମହିଳା ମୁଖ୍ୟମନ୍ତ୍ରୀ ହେବେ ଆତିଶୀ, ତାଲିକାରେ ଓଡ଼ିଶାର ଥିଲେ…

ନୂଆଦିଲ୍ଲୀ,୧୮।୯: ଅରବିନ୍ଦ କେଜରିଓ୍ବାଲଙ୍କ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆତିଶୀ। ତେବେ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀଙ୍କ ନାଁକୁ ମଞ୍ଜୁର ଦିଆଯାଇଛି ଯିଏକି ରାଜଧାନୀ ଦିଲ୍ଲୀର ଶୀର୍ଷ...

ମୋଦିଙ୍କ ପ୍ରସ୍ତାବକୁ ଖୋଲାଖୋଲି ସମର୍ଥନ କଲେ ମାୟାବତୀ-ଅଖିଳେଶ, କଂଗ୍ରେସର ବଢିଲା ହାର୍ଟବିଟ୍‌

ନୂଆଦିଲ୍ଲୀ,୧୮।୯: ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟିର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ମୋଦି କ୍ୟାବିନେଟର ନିଷ୍ପତ୍ତିକୁ ଦଳ ସମର୍ଥନ କରି କହିଛି ଯେ...

ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନରେ କ’ଣ ବଦଳିଯିବ ଜାଣନ୍ତୁ….

ନୂଆଦିଲ୍ଲୀ,୧୮ା୯: ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ କମିଟିର ପ୍ରସ୍ତାବକୁ ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ କରିଛି। ପୂର୍ବତନ ରାଷ୍ଟ୍ରପତିଙ୍କ...

ମୋଦି ସରକାରଙ୍କ ବଡ ଆକ୍ସନ, ଆଉ ଭାରତ ପାଣିରେ ମଉଜ କରିପାରିବନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୧୮।୯: ପାକିସ୍ତାନ ବର୍ଷ ବର୍ଷ ଧରି ଭାରତୀୟ ଜଳକୁ ଉପଭୋଗ କରିଆସୁଥିଲା, କିନ୍ତୁ ବର୍ତ୍ତମାନ ଏହି ଦିନ ପରିବର୍ତ୍ତନ ହେବାକୁ ଯାଉଛି। ଭାରତ ସରକାର ପାକିସ୍ତାନକୁ...

ଓ୍ବାନ ନେଶନ ଓ୍ବାନ ଇଲେକଶନକୁ ମୋଦି କ୍ୟାବିନେଟରେ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୧୮।୯: ଓ୍ବାନ ନେଶନ ଓ୍ବାନ ଇଲେକଶନର ଅର୍ଥ ହେଉଛି ଗୋଟିଏ ଦେଶ-ଗୋଟିଏ ନିର୍ବାଚନ। ଏହା ଏବେ ମୋଦି କ୍ୟାବିନେଟର ଅନୁମୋଦନ ଲାଭ କରିଛି। ବୁଧବାର (ସେପ୍ଟେମ୍ବର...

ମହିଳାଙ୍କୁ ପ୍ରତି ମାସରେ ୨ ହଜାର ଟଙ୍କା…, ଗରିବଙ୍କୁ ୧୦୦ ଗଜ ଜମି, ଜାଣନ୍ତୁ ଆଉ କ’ଣ ରହିଛି କଂଗ୍ରେସର ଘୋଷଣାପତ୍ରରେ

ଚଣ୍ଡିଗଡ଼,୧୮।୯: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ବୁଧବାର ଦିଲ୍ଲୀର ଏଆଇସିସି ମୁଖ୍ୟାଳୟରେ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଦଳର ଗ୍ୟାରେଣ୍ଟି ଘୋଷଣା କରିଛନ୍ତି। ଏହି ଅବସରରେ...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri