ମୋଦିଙ୍କ ଦୂରଦର୍ଶୀ ନିଷ୍ପତ୍ତିକୁ ସ୍ବାଗତ ଜଣାଇଲେ ନଡ୍ଡା

ନୂଆଦିଲ୍ଲୀ,୩୦।୬: କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଅପରାହ୍ନରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମ୍ବୋଧନ ପରେ ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏନେଇ ସେ ଗୋଟିଏ ପରେ ଗୋଟିଏ ୪ଟି ଟୁଇଟ କରିଛନ୍ତି। କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଗରିବ କଲ୍ୟାଣ ଯୋଜନା(ପିଏମ୍‌ଜିକଓ୍ବୋଇ)କୁ ନେଇ କରାଯାଇଥିବା ନିଷ୍ପତ୍ତିକୁ ନଡ୍ଡା ଏହି ଟୁଇଟ ଜରିଆରେ ସ୍ବାଗତ ଜଣାଇଛନ୍ତି। ଏଥିସହ ସେ କହିଛନ୍ତି, କରୋନା ମହାମାରୀରେ ସତର୍କତା ସହ ପ୍ରଧାନମନ୍ତ୍ରୀ ଦେଶର ନେତୃତ୍ୱ ନେଇଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ଗରିବ ପରିବାରଙ୍କୁ ଆସନ୍ତା ୫ମାସ ପର୍ଯ୍ୟନ୍ତ ମାଗଣା ଖାଦ୍ୟ ଶସ୍ୟ ଯୋଗାଇଦେବାକୁ ବ୍ୟବସ୍ଥା କରିଛନ୍ତି। ଦେଶର ୮୦କୋଟି ଗରିବଙ୍କ ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଗାମୀ ୫ମାସ ପର୍ଯ୍ୟନ୍ତ ଜାରି ରଖିଥିବାରୁ ଏହା ତାଙ୍କର ଦୂରଦୃଷ୍ଟି ନିଷ୍ପତ୍ତି ବୋଲି ନଡ୍ଡା କହିଛନ୍ତି।

 

Share