Categories: ଜାତୀୟ

ଆକ୍ରମଣ ପରେ ପ୍ରଥମ ଥର ପଶ୍ଚିମବଙ୍ଗ ଯିବେ ନଡ୍ଡା

ନୂଆଦିଲ୍ଲୀ,୨।୧: ଭାଜପା ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଆକ୍ରମଣ ପରେ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗ ଗସ୍ତ କରିବେ। ଆସନ୍ତା ୯ତାରିଖରେ ବୀରଭୂମ ଜିଲାରେ ହେବାକୁ ଥିବା ରୋଡ ଶୋ’ରେ ସେ ଯୋଗ ଦେବେ। ଏନେଇ ଶନିବାର ଭାଜପା ସୂଚନା ଦିଆଯାଇଛି।
ଏହି ଅବସରରେ ରାଜ୍ୟର ବରିଷ୍ଠ କର୍ମକର୍ତ୍ତାଙ୍କୁ ଭେଟିବେ। ଅନ୍ୟପକ୍ଷେ ଆଗାମୀ ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ କରିବେ ବୋଲି ଭାଜପା ପକ୍ଷରୁ କୁହାଯାଇଛି। ସୂଚନା ଯୋଗ୍ୟ, ଡିସେମ୍ବର ମାସରେ ସଭାପତି ନଡ୍ଡା ପଶ୍ଚିମବଙ୍ଗ ଗସ୍ତ ବେଳେ କିଛି ଟିଏମ୍‌ସି କର୍ମକର୍ତ୍ତା ତାଙ୍କ ଗାଡି ଉପରକୁ ଢେଲା, ପଥର ମାଡ କରିଥିଲେ। ଭାଜପା ପକ୍ଷରୁ ଏହାକୁ ନିନ୍ଦା କରାଯାଇଥିଲା।

Share