Categories: ଜାତୀୟ

ଟିଏମସିରେ ଯୋଗ ଦେଲେ ଅଭିନେତ୍ରୀ ନଫିସା ଅଲ୍ଲୀ

ପାଣାଜୀ,୨୯।୧୦:ଅଭିନେତ୍ରୀ ନଫିସା ଅଲ୍ଲୀ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ଗୋଆରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସିର ମୁଖ୍ୟ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି। ୨୦୨୨ ବିଧାନସଭା ନିର୍ବାଚନରେ ଟିଏମସି ଗୋଆରେ ଲଢ଼ିବାକୁ ଯାଉଛି।
ନିର୍ବାଚନ ପୂର୍ବରୁ ରାଜ୍ୟରେ ଦଳର ଗଡ଼ ସଜାଡ଼ିବାକୁ ମମତା ବାନାର୍ଜୀ ପ୍ରଥମ ଗସ୍ତରେ ଗୋଆରେ ପହଞ୍ଚିଥିଲେ। ୨୦୨୨ ମତଦାନ ପୂର୍ବରୁ ଭାଜପା ଶାସିତ ରାଜ୍ୟରେ ଭୋଟରମାନଙ୍କର ମନୋଭାବ ଜାଣିବା ପାଇଁ ତାଙ୍କ ଗସ୍ତର କାରଣ ବୋଲି ଦର୍ଶାଇଥିଲେ। ତିନିଦିନିଆ ଗସ୍ତରେ ଥିବା ମମତା ଶନିବାର ଏକ ଖବରଦାତା ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି। ପଶ୍ଚିମବଙ୍ଗରେ ବହୁମତ ବିଜୟ ପରେ ଦଳ ଏବେ ଜାତୀୟ ସ୍ତରରେ ପାଦ ରଖିବାକୁ ଚେଷ୍ଟା କରୁଛି। ଦଳ ଏବେ ଗୋଆ ଏବଂ ତ୍ରିପୁରାରେ ବିଧାନସଭା ପାଇଁ ପ୍ରଚାର ଜୋରଦାର କରୁଛି।

Share