ଭୁବନେଶ୍ୱର,୨୪।୧(ବ୍ୟୁରୋ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଘଟଣାରେ ଅର୍ଚ୍ଚନା , ଗବନ୍ଧୁ ଓ ଖଗେଶ୍ୱର ମଙ୍ଗଳବାର ଭିସି ଜରିଆରେ ଖୋର୍ଦ୍ଧା ଜିଲା ଓ ଦୌରାଜଜଙ୍କ କୋର୍ଟରେ ହାଜର ହୋଇଛନ୍ତି। ତେବେ ଶ୍ରଦ୍ଧାଞ୍ଜଳି ହାଜର ହୋଇ ନ ଥିଲେ। ଆସନ୍ତା ୭ ତାରିଖରେ କୋର୍ଟ ଶ୍ରଦ୍ଧାଞ୍ଜଳିଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏଇ ୩ ଜଣଙ୍କ ହାଜିରା ପରେ ଖଗେଶ୍ବରଙ୍କ ଓକିଲଙ୍କ ଯୁକ୍ତି ରଖିଥିଲେ।
ସୂଚନାଯୋଗ୍ୟ, ୩ ଜଣଙ୍କୁ କୋର୍ଟରେ ହାଜର ହେବାକୁ ପୂର୍ବରୁ ନୋଟିସ ଥିଲା । ଏହାସହ ଖଗେଶର ଓ ଶ୍ରଦ୍ଧାଞ୍ଜଳିଙ୍କୁ ମଧ୍ୟ କୋର୍ଟରେ ହାଜର ପାଇଁ ସମନ ଜାରି ହୋଇଥିଲା । ଇଡି ପକ୍ଷରୁ ମନି ଲଣ୍ଡରିଂ ମାମଲାରେ ଏମାନଙ୍କୁ ଚାର୍ଜସିଟରେ ଦୋଷୀ ଭାବେ ଦର୍ଶାଯାଇଛି ।