ବିବାହ ବିଚ୍ଛେଦ ପରେ ମୁହଁ ଖୋଲିଲେ ଚୈତନ୍ୟ, କହିଲେ…

ମୁମ୍ବାଇ: ସାଉଥ୍‌ ଅଭିନେତା ନାଗା ଚୈତନ୍ୟ ଏବଂ ସାମନ୍ଥା ରୁଥ୍‌ ପ୍ରଭୁ ଗତ ବର୍ଷ ତାଙ୍କ ବିବାହ ବିଚ୍ଛେଦ ପାଇଁ ବେଶ୍‌ ଚର୍ଚ୍ଚାରେ ଥିଲେ। ଦୁହେଁ ଏବେ ନିଜ ନିଜ କାମରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି। ନିକଟରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ବଙ୍ଗରଜୁକୁ ପ୍ରମୋଟ କରୁଥିବାବେଳେ ନାଗା ଚୈତନ୍ୟ ପ୍ରକାଶ କରିଛନ୍ତି ଯେ, ଛାଡପତ୍ର ଆମ ପାଇଁ ସର୍ବୋତ୍ତମ ସମାଧାନ ଅଟେ। ଏହା ଉଭୟଙ୍କ ପାଇଁ ଭଲ ନିଷ୍ପତ୍ତି ଥିଲା ବୋଲି ସେ କହିଛନ୍ତି। ବିବାହର ୪ ବର୍ଷ ପରେ ଅକ୍ଟୋବର ୨ରେ ଏହି ଦମ୍ପତି ସୋସିଆଲ ମିଡିଆରେ ଅଲଗା ହେବା ନେଇ ସୂଚନା ଦେଇଥିଲେ। ସାମନ୍ଥା ବିବାହ ବିଚ୍ଛେଦକୁ ନେଇ ପୂର୍ବରୁ ମୁହଁ ଖୋଲିଥିବା ବେଳେ ନାଗା ଏହା ଉପରେ କୌଣସି ମୁହଁ ଖୋଲି ନ ଥିଲେ। ଯାହାକି ଏବେ କହିଛନ୍ତି।

Share