ଦ୍ୱିତୀୟ ବିବାହ କରିବେ ନାଗା ଚୈତନ୍ୟ!

ସାଉଥ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଯୋଡି ଭାବେ ଜଣାଶୁଣା ଥିଲେ ନାଗା ଚୈତନ୍ୟ ଏବଂ ସାମନ୍ଥା ରୁଥ୍‌ ପ୍ରଭୁ। ଉଭୟଙ୍କୁ ପ୍ରଶଂସକମାନେ ମଧ୍ୟ ଭଲ ପାଉଥିଲେ। କିନ୍ତୁ ବିବାହର ୪ ବର୍ଷ ପରେ ଦୁହେଁ ନିକଟରେ ଛାଡପତ୍ର ଘୋଷଣା କରିଥିଲେ। ଦମ୍ପତି ଅଲଗା ହେବାର କିଛି ମାସ ବିତିଛି, ଏବେ ନାଗା ଚୈତନ୍ୟ ଦ୍ୱିତୀୟ ବିବାହ କରିବାକୁ ମନ ବଳାଇଲେଣି।
ସେ ତାଙ୍କ ଜୀବନରେ ଆଗକୁ ବଢି ପୁନର୍ବାର ବିବାହ କରିବାକୁ ପ୍ରସ୍ତୁତ ଅଛନ୍ତି। ସାମନ୍ଥାଙ୍କ ସହ ବିବାହ ବିଚ୍ଛେଦ ପରେ ନାଗା ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ। ଏବେ ସେ କୌଣସି ଅଭିନେତ୍ରୀଙ୍କୁ ବିବାହ କରିବାକୁ ଚାହୁଁନାହାଁନ୍ତି। ସେଥିପାଇଁ ସେ ଇଣ୍ଡଷ୍ଟ୍ରି ବାହାରେ କାହାକୁ ବିବାହ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଯଦିଓ ନାଗାଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ, କିନ୍ତୁ ଇଣ୍ଡଷ୍ଟ୍ରିରେ ଏହାକୁ ନେଇ ଚର୍ଚ୍ଚା ହେଉଛି।
ସାମନ୍ଥାଙ୍କ ପୂର୍ବରୁ ନାଗା ଚୈତନ୍ୟ ଅଭିନେତ୍ରୀ ଶ୍ରୁତି ହାସନଙ୍କୁ ଡେଟ୍‌ କରୁଥିଲେ। କୁହାଯାଏ ଉଭୟ ବିବାହ କରିବାକୁ ଚାହୁଁଥିଲେ, କିନ୍ତୁ କୌଣସି କାରଣରୁ ଏହି ସମ୍ପର୍କ ଆଗକୁ ବଢି ନ ଥିଲା। ଏହା ପରେ ସାମନ୍ଥା ତାଙ୍କ ଜୀବନରେ ପ୍ରବେଶ କରିଥିଲେ ଏବଂ ପରେ ଦୁହେଁ ବିବାହ କଲେ। ବିବାହର ଚାରି ବର୍ଷ ପରେ, ଉଭୟ ଛାଡପତ୍ର କରିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ।

Share