ପ୍ରେମରେ ପଡ଼ିଛନ୍ତି ନାଗା ଚୈତନ୍ୟ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ନାଗା ଚୈତନ୍ୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ୨୦୨୧ରେ ସ୍ତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ସହ ତାଙ୍କର ଛାଡ଼ପତ୍ର ହୋଇଥିଲା। ହେଲେ ଏବେ ସେ ପୁଣି ପ୍ରେମରେ ପଡ଼ିଥିବା ଜାଣିବାକୁ ମିଳୁଛି। ପୂର୍ବରୁ ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କ ସହ ତାଙ୍କର ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ ସେତେବେଳେ କୌଣସି ପ୍ରତିକ୍ରିୟା ରଖି ନ ଥିଲେ। କିନ୍ତୁ ବର୍ତ୍ତମାନ ଆଉ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଅଭିନେତ୍ରୀ ଧୁଲିପାଲାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ଜଣାପଡିଛି। ଫଟୋରେ ନାଗା ଚୈତନ୍ୟ ଲଣ୍ଡନର ଏକ ରେଷ୍ଟୁରାଣ୍ଟରେ ଜଣେ ରୋଷେୟାଙ୍କ ସହ ଫଟୋ ଉଠାଇଛନ୍ତି। ସେହି ଫଟୋର ପଛରେ ଅଭିନେତ୍ରୀ ଧୁଲିପାଲା ମୁହଁରେ ହାତ ଦେଇ ବସିଥିବା ଦେଖିବାକୁ ମିଳିଛି। ଏଥିରୁ ଦୁହେଁ ଦୁହଁିଙ୍କୁ ଡେଟ୍‌ କରୁଥିବା ଜଣାପଡିଛି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ ସେଫ୍‌ ସୁରେନ୍ଦ୍ର ମୋହନ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଥିଲେ। ଫଟୋ ଭାଇରାଲ ହେବା ପରେ ସେ ଏବେ ସେହି ଫଟୋକୁ ଡିଲିଟ୍‌ କରିଦେଇଛନ୍ତି।

Share