ବଲିଉଡ୍‌ରେ କ୍ୟାରିୟର କରିବାକୁ ଆଗ୍ରହୀ ଅଛନ୍ତି କି ନାଗା

ଅଭିନେତା ନାଗା ଚୈତନ୍ୟ ସାଉଥ୍‌ର ଅଭିନେତାମାନଙ୍କ ମଧ୍ୟରୁ ଅନ୍ୟତମ। ସେ ତାଙ୍କର ଜବରଦସ୍ତ ଅଭିନୟ ଏବଂ ଲୁକ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଏବେ ଏହି ଅଭିନେତା ବର୍ତ୍ତମାନ ଅମିରଙ୍କ ଫିଲ୍ମ ‘ଲାଲ୍‌ ସିଂ ଚଡ୍ଡା’ରେ ଡେବ୍ୟୁ କରିଛନ୍ତି। ଏହା ହେଉଛି ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ, ତେବେ ଫିଲ୍ମଟି ଅଗଷ୍ଟ ୧୧ରେ ରିଲିଜ୍‌ ହେବାକୁ ଥିବା ବେଳେ ଅଭିନେତା ରିଲିଜ୍‌ ପୂର୍ବରୁ ପ୍ରୋମୋଶନରେ ଲାଗିପଡିଛନ୍ତି। ଏହି ଫିଲ୍ମକୁ ଅଦୈତ ଚନ୍ଦନ ନିର୍ଦ୍ଦେଶନା ଦେଇଛନ୍ତି। ଏହାରି ମଧ୍ୟରେ ନାଗା ବଲିଉଡ୍‌ରେ କ୍ୟାରିୟର କରିବାକୁ ଆଗ୍ରହୀ ଅଛନ୍ତି । କୁହାଯାଉଛି କି, ନାଗା ବୋଧହୁଏ ତାଙ୍କ ବଲିଉଡ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନିକଟରେ ଅଭିନେତା କରଣ ଜୋହର ଏବଂ ସଞ୍ଜୟ ଲୀଲା ଭନସାଲୀଙ୍କ ସହ ସାକ୍ଷାତ କରି କିଛି ପ୍ରୋଜେକ୍ଟ ବିଷୟରେ ଆଲୋଚନା କରିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏହାଛଡା ଅଭିନେତାଙ୍କୁ ଅନେକ ଅଫର ମିଳିଛି ବୋଲି ଜଣାପଡିଛି।

 

Share