ଅଲଗା ହେବା ପରେ ବି ଏକ୍ସ ଓ୍ବାଇଫଙ୍କୁ ପ୍ରଶଂସା କଲେ ନାଗା ଚୈତନ୍ୟ

ମୁମ୍ବାଇ: ସାମନ୍ଥା ରୁଥ ପ୍ରଭୁ ଓ ନାଗା ଚୈତନ୍ୟ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ପପୁଲାର ରିୟଲ ଲାଇଫ କପୁଲ ମଧ୍ୟରୁ ଅନ୍ୟତମ। ଏହି କପଲ ୨୦୧୦ରେ ଗୌତମ ବାସୁଦେବ ମେନନଙ୍କ ଫିଲ୍ମ ‘ମାୟା ଚେସାବେ’ ସମୟରୁ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା। ଏହାପରେ ଏମାନେ ୨୦୧୭ରେ ବିବାହ କରିଥିଲେ। ହେଲେ ବିବାହ ପରେ ସାମନ୍ଥା ଓ ନାଗା ଚୈତନ୍ୟଙ୍କ ମଧ୍ୟରେ ସମ୍ପର୍କ ଭଲ ରହିଲା ନାହିଁ। ଏମାନେ ୨୦୨୧ରେ ଅଲଗା ହେବାକୁ ଆନାଉନ୍ସମେଣ୍ଟ କରିଦେଲେ। ଏବେ ନାଗା ଚୈତନ୍ୟ ତାଙ୍କ ତେଲଗୁ ଫିଲ୍ମ କ୍ୟାରିୟର ଉପରେ ଫୋକସ କରୁଥିବା ବେଳେ ଏପଟେ ସାମନ୍ଥା ଏବେ ଓଟିଟି ସ୍ପେଶ ଓ ବଲିଉଡରେ ବିଜି ଅଛନ୍ତି। ଏସବୁ ଭିତରେ ଏକ ଲାଟେଷ୍ଟ ଇଣ୍ଟରଭ୍ୟୁରେ ନାଗା ଏକ୍ସ ଓ୍ବାଇଫ ସାମନ୍ଥାଙ୍କର ପ୍ରଶଂସା କରିଛନ୍ତି।

ଏକ ଇଣ୍ଟଭ୍ୟୁରେ ନାଗା ଚୈତନ୍ୟ ଏକ୍ସ ଓ୍ବାଇଫ ସାମନ୍ଥାଙ୍କ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ସାମନ୍ଥା ଜଣେ ଭଳ ମଣିଷ ଓ ସେ ସମସ୍ତ ସୁଖ ପାଇବାର ହକଦାର। ଏହା କେବଳ ସେହି ସମୟରେ ହୋଇଥାଏ ଯେତେବେଳେ ମିଡିଆ ଅନୁମାନ ଲଗାଇଥାଏ କି ଆମ ମଧ୍ୟରେ କିଛି ଅଜବ କଥା ହେଉଛି। ଜନତାଙ୍କ ନଜରରେ, ସେହି ମ୍ୟୁଚୁଆଲ ରେସପେକ୍ଟ ଚାଲିଯାଇଥାଏ। ଆଉ ଏହାହିଁ ମୋତେ ଖରାପ ଲାଗିଥାଏ।

Share