ମୁହଁ ଖୋଲିଲେ ନାଗା ଚୈତନ୍ୟ

ହାଇଦ୍ରାବାଦ: ଟଲିଉଡ୍‌ର ଲୋକପ୍ରିୟ ଯୋଡ଼ି ନାଗା ଚୈତନ୍ୟ ଓ ସମନ୍ଥାଙ୍କ ସମ୍ପର୍କକୁ ନେଇ ବେଶ୍‌ କିଛି ଦିନ ହେବ ସୋସିଆଲ ମିଡିଆରେ ଚର୍ଚ୍ଚା ସୃଷ୍ଟି ହୋଇଛି। ଦୁହିଁଙ୍କ ବୈବାହିକ ଜୀବନରେ କିଛି ଠିକ୍‌ ନଥିବା ଓ ସେମାନେ ପରସ୍ପରକୁ ଛାଡ଼ପତ୍ର ଦେବେ ବୋଲି ଆଲୋଚନା ହେଉଥିଲା। ଏପରି ମିଛ ଗୁଜବକୁ ନେଇ ମୁହଁ ଖୋଲିଛନ୍ତି ନାଗା ଚୈତନ୍ୟ।
ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି ମନୋରଞ୍ଜନ ଖବର ଉଦ୍ଦେଶ୍ୟରେ ଏମିତି ଗୁଜବ ପ୍ରକାଶ କାହିଁକି କରାଯାଏ? ଏଭଳି ଖବର କିଛି ମାତ୍ରାରେ କଷ୍ଟଦାୟକ। ମୁଁ ମୋ ବ୍ୟକ୍ତିଗତ ଜୀବନ ଓ ବୃତ୍ତିଗତ ଜୀବନକୁ ଅଲଗା ରଖିବାକୁ ପସନ୍ଦ କରେ। ଏହି ଅଭ୍ୟାସ ପିଲା ବେଳରୁ। ମୁଁ ମୋ ବାପା,ମା’ଙ୍କ ଠାରୁ ଏହି ଶିକ୍ଷା ପାଇିଛି। ଟିଆରପି ପାଇଁ ଏଭଳି ଖବର ଆସୁଛି। କିନ୍ତୁ ଲୋକମାନଙ୍କ ମନରେ ଏହି ଖବର ଖୁବ୍‌ କମ ସମୟ ପାଇଁ ରହିଥାଏ। ସେମାନେ ଗୁରୁତ୍ୱପୂର୍ଣ୍ଣ ଖବରକୁ ଧ୍ୟାନ ଦେଇଥାନ୍ତି ବୋଲି ସେ କହିଛନ୍ତି। ଅଭିନେତାଙ୍କ ଏଭଳି ଜବାବ ପରେ ସମନ୍ଥାଙ୍କ ସହିତ ସମ୍ପର୍କ ସୁରୁଖୁରୁରେ ଚାଲିଥିବା ଜଣାପଡ଼ିଛି।

Share