ନାଗା ଚୈତନ୍ୟଙ୍କ ଦ୍ୱିତୀୟ ବିବାହ ଚର୍ଚ୍ଚା

ମୁମ୍ବାଇ: ନାଗା ଚୈତନ୍ୟ ସାଉଥ୍‌ ଇଣ୍ଡଷ୍ଟ୍ରିରେ ଜଣେ ଜଣାଶୁଣା ଅଭିନେତା। ସେ ଫିଲ୍ମ ବ୍ୟତୀତ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି। ତେବେ ନାଗା ୨୦୧୭ରେ ସାମନ୍ଥା ରୁଥ୍‌ ପ୍ରଭୁଙ୍କୁ ବିବାହ କରିଥିଲେ। ଏହା ପୂର୍ବରୁ ଦୁହେଁ ଦୁହିଁଙ୍କୁ କିଛି ବର୍ଷ ଧରି ଡେଟ୍‌ କରିଥିଲେ। ଏହାପରେ ୨୦୨୧ରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା। ଛାଡ଼ପତ୍ର ପରେ ଅଭିନେତା ନାଗା ଏବେ ତାଙ୍କ ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତୁତ ହେଉଥିବା ଶୁଣିବାକୁ ମିଳୁଛି। ସେ ଜଣେ ବ୍ୟବସାୟୀ ପରିବାରର ଝିଅଙ୍କୁ ବିବାହ କରିବେ ବୋଲି ସୂଚନା ମିଳିଛି। ଚଳିତବର୍ଷ ଶେଷକୁ ସେ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଜଣାପଡ଼ିଛି। ଏ ପର୍ଯ୍ୟନ୍ତ ସେହି ଝିଅଙ୍କ ବାବଦରେ କୌଣସି ସୂଚନା ମିଳିନାହିଁ। ହେଲେ ସେ ଗ୍ଲାମରସ୍‌ ଦୁନିଆରୁ ବହୁତ ଦୂରରେ ଥିବା ଜଣାପଡ଼ିଛି। ଛାଡ଼ପତ୍ର ପରେ ନାଗା ଅଭିନେତ୍ରୀ ଶୋଭିତା ଧୂଲିପାଲାଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା ହେଉଥିଲା। ନାଗା ତାଙ୍କ ଫିଲ୍ମ କ୍ୟାରିୟର ୨୦୦୯ରୁ ଆରମ୍ଭ କରିଥିଲେ। ଏହାପରେ ସେ ଅନେକ ସିନେମା ଦର୍ଶକଙ୍କୁ ଭେଟି ଦେଇସାରିଲେଣି। ଶେଷ ଥର ପାଇଁ ତାଙ୍କୁ ଫିଲ୍ମ ‘କଷ୍ଟଡି’ରେ ଦେଖିବାକୁ ମିଳିଥିଲା।

Share