ପ୍ରାଗ୍(ଚେକ୍ ରିପବ୍ଲିକ), ୨୦।୮(ପି.ଟି.)- ଭାରତର ଶୀର୍ଷସ୍ଥାନୀୟ ସିଙ୍ଗଲ୍ସ ଖେଳାଳି ସୁମିତ ନାଗାଲ ଏଠାରେ ଚାଲିଥିବା ପ୍ରାଗ୍ ଓପନ ଟେନିସ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରଥମ ସେଟ୍ରେ ପରାଜୟ ସତ୍ତ୍ୱେ ସେ ସଫଳ ପ୍ରତ୍ୟାବର୍ତ୍ତନ କରି ୬ଷ୍ଠ ସିଡ୍ ତଥା ବିଶ୍ୱର ୧୨୭ ନମ୍ବର ଖେଳାଳି ନାଗାଲ ୨ ଘର୍ଟା ୨୧ ମିନିଟ ସମୟ ନେଇ କିରି ଲେହେକାଙ୍କୁ ୫-୭, ୭-୬(୪), ୬-୩ ସେଟ୍ରେ ପରାସ୍ତ କରିଥିଲେ। ପରବର୍ତ୍ତୀ ରାଉଣ୍ଡରେ ନାଗାଲ ୩ ଥର ଗ୍ରାଣ୍ଡସ୍ଲାମ ବିଜେତା ଷ୍ଟାନ୍ ଓ୍ବାରିଙ୍କାଙ୍କୁ ଭେଟିବା ସମ୍ଭାବନା ରହିଛି। ନାଗାଲ ପ୍ରତିଯୋଗିତାର ଡବଲ୍ସରେ ମଧ୍ୟ ଭାଗନେବେ। ଏରେ ଭାଗ ନେଉଥିବା ଅନ୍ୟତମ ଭାରତୀୟ ଯୋଡ଼ି ହେଲେ ଡିଭିଜ ଶରନ ଓ ଏନ.ଶ୍ରୀରାମ ବାଲାଜୀ।