Categories: ଖେଳ

ପଦାର୍ପଣରେ ନାଗାଲଙ୍କ ବିଜୟ

ନୂଆଦିଲ୍ଲୀ, ୨୦ା୩ : ଭାରତୀୟ ଟେନିସ ଖେଳାଳି ସୁମିତ ନାଗାଲ ଏଠାରେ ଚାଲିଥିବା ମାୟାମି ଓପନ ଟେନିସ ଟୁର୍ନାମେଣ୍ଟରେ ତାଙ୍କ ପଦାର୍ପଣ ମ୍ୟାଚରେ ବିଜୟ ହାସଲ କରିଛନ୍ତି। ୨୬ ବର୍ଷୀୟ ଖେଳାଳି ପ୍ରଥମ ରାଉଣ୍ଡ କ୍ୱାଲିଫାୟରରେ ୬.୮ ଇଞ୍ଚ ଉଚ୍ଚତା ବିଶିଷ୍ଟ କାନାଡାର ଗାବ୍ରିଲ୍‌ ଡିଆଲୋଙ୍କୁ ୭-୬ (୩), ୬-୨ରେ ହରାଇ ଦେଇଛନ୍ତି। ତେବେ ଫାଇନାଲ କ୍ୱାଲିଫାଇଙ୍ଗ ରାଉଣ୍ଡରେ ସେ ହଂକଂର କୋଲ୍‌ମାନ ଓଙ୍ଗ୍‌ଙ୍କଠାରୁ ୬-୩, ୧-୬, ୫-୭ରେ ହାରିଯାଇଛନ୍ତି। ସୂଚନାଯୋଗ୍ୟ, ନାଗାଲ ଇଣ୍ଡିଆନ ଓ୍ବେଲ୍ସରେ ଗତ ଟୁର୍ନାମେଣ୍ଟରେ ମିଲୋସ ରାଓନିକ୍‌ଙ୍କଠାରୁ ପରାଜିତ ହୋଇଥିଲେ। ରାଫାଲ ନାଡାଲ ଶେଷ ମୁହୂର୍ତ୍ତରେ ଓହରିଯିବା ପରେ ନାଗାଲ ମୁଖ୍ୟ ଡ୍ର ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ନାଗାଲ ଜାନୁଆରୀରେ ଅଷ୍ଟ୍ରେଲିଆନ ଓପନ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିବା ପରେ ଏଟିପି ର଼୍ୟାଙ୍କିଙ୍ଗର ଟପ୍‌ ୧୦୦ରେ ପ୍ରବେଶ କରିଥିଲେ।

Share