ନୂଆଦିଲ୍ଲୀ,୧ ।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ପାଖାପାଖି ୩୭ ଦିନ ହେବ ସିନ୍ଧୁ ସୀମା ସମେତ ଦିଲ୍ଲୀର ଆଉ କିଛି ସ୍ଥାନରେ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ । ସରକାରଙ୍କ ସହ ପ୍ରାୟ ୭ ଥର କଥା ହୋଇଥିଲେ ମଧ୍ୟ ଏହାର କୌଣସି ସମାଧାନର ବାଟ ବାହାରି ପାରି ନାହିଁ । ଶୀତ କାକରକୁ ଖାତିର ନ କରି କୃଷକମାନେ ସେମାନଙ୍କ ଜିଦ୍ରେ ଅଟଳ ରହିଥିବା ବେଳେ ସରକାର ବି ଏହାର କୌଣସି ସମାଧାନ କରି ପାରି ନାହାନ୍ତି । ଅନ୍ୟପଟେ କୃଷକଙ୍କ ସମର୍ଥରେ ବିରୋଧୀ ଦଳ ନେତାଙ୍କଠାରୁ ସେଲିବ୍ରିଟି ପର୍ଯ୍ୟନ୍ତ ସମୟ ସମୟରେ ସେମାନଙ୍କ ନିକଟରେ ପହଞ୍ଚିଛନ୍ତି । ଶୁକ୍ରବାର ନୂଆବର୍ଷ ଅବସରରେ ସିନ୍ଧୁ ସୀମାରେ ଆନ୍ଦୋଳନରେ ବସିଥିବା କୃଷକମାନେ ନଗର କିର୍ତ୍ତନ କରିଥିବା ଦେଖାଯାଇଛି । ଏହାସହ ଖାଲସା ୟୁଥ ଗ୍ରୁପ ପକ୍ଷରୁ ସେଠାରେ ଟରବାନ ଲଙ୍ଗରର ବ୍ୟବସ୍ଥା ମଧ୍ୟ କରାଯାଇଥିବା ଜଣାପଡିଛି । ନୂଆବର୍ଷରେ କେନ୍ଦ୍ର ସରକାର କୃଷକଙ୍କ ଦାବି ମାନିନେଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।