ପୁରୀ ଅଫିସ, ୩୦ା୧୧:ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶର ଚନ୍ଦ୍ର, ସୂର୍ଯ୍ୟ ନେଇଯିବା ଘଟଣାରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ରବିବାର ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ମଞ୍ଚ ଉପସଭାପତି ଲଲାଟେନ୍ଦୁ ମିଶ୍ର ଏହି ଏତଲା ଦେଇଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଯେ, ବିନା ଭକ୍ତରେ ନାଗାର୍ଜୁନ ବେଶ ହେଲା। ଏହାସତ୍ତ୍ବେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। କିନ୍ତୁ ଏହାରି ଭିତରେ ଶ୍ରୀମନ୍ଦିରରୁ ବାହାରକୁ ଆସି ନାଗାର୍ଜୁନ ବେଶର ଚନ୍ଦ୍ର, ସୂର୍ଯ୍ୟ ଜଣେ ସେବାୟତଙ୍କ ଘରକୁ ନିଆଗଲା। ତେଣୁ ଏହାର ନିରପେକ୍ଷ ତଦନ୍ତ କରାଯାଉ। ଏଥିରେ ଯିଏ ସମ୍ପୃକ୍ତ, ତାଙ୍କୁ ସହଯୋଗ କରିଥିବା ମନ୍ଦିର କର୍ମଚାରୀ ଓ ଅଧିକାରୀ ଏବଂ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଆଦି ସମସ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଏତଲାରେ ଅନୁରୋଧ କରାଯାଇଛି।