ବିବାହ ବିଚ୍ଛେଦକୁ ନେଇ ପୁଣି ମୁହଁ ଖୋଲିଲେ ନାଗାର୍ଜୁନ

ମୁମ୍ବାଇ: ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଯୋଡି ନାଗା ଚୈତନ୍ୟ -ସାମନ୍ଥା ରୁଥ ପ୍ରଭୁ ତାଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚାରେ ଥିଲେ। ବିବାହର ୪ ବର୍ଷ ପରେ ଦୁହେଁ ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି। ସେମାନଙ୍କ ବିଚ୍ଛେଦ ଫ୍ୟାନ୍ସଙ୍କୁ ସ୍ତବ୍ଧ କରି ଦେଇଥିଲା। ବିଚ୍ଛେଦର କିଛି ଦିନ ପରେ ନାଗା କହିଥିଲେ ଯେ, ଆମେ ଦୁହେଁ ନିଜ ନିଜ ସହମତି ପରେ ହିଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲୁ। ହେଲେ ଏବେ ଦୁହିଁଙ୍କ ଛାଡ଼ପତ୍ରକୁ ନେଇ ପୁଣି ମୁହଁ ଖୋଲିଛନ୍ତି ନାଗା ଚୈତନ୍ୟଙ୍କର ବାପା ତଥା ମେଗାଷ୍ଟାର ଅଭିନେତା ନାଗାର୍ଜୁନ ଅକ୍କିନେନୀ। ଏହା ପୂର୍ବରୁ ସେ ମଧ୍ୟ ଏହା ଉପରେ କହିଥିଲେ। ତେବେ ଏହାକୁ ଦେଇ ପୁଣି ମୁହଁ ଖୋଲିଛନ୍ତି ନାଗାର୍ଜୁନ। ସେ କହିବା ଅନୁସାରେ, ଦୁହିଁଙ୍କ ମଧ୍ୟରେ ସବୁ କିଛି ଠିକ ଚାଲିଥିଲା। ସେମାନେ ଏକାଠି ନୂଆବର୍ଷ ୨୦୨୧ ସେଲିବ୍ରେଟ୍‌ କରିଥିଲେ। ଏହା ପରେ ଦୁହିଁଙ୍କ ମଧ୍ୟରେ ସମସ୍ୟା ଦେଖା ଦେଇଥିଲା। ଏମିତି ଛୋଟ ଛୋଟ ଝଗଡା ହୁଏ। କିନ୍ତୁ ଏହା ଏଭଳି ଘଟିଯିବ କେହି ଭାବି ନଥିଲୁ। ଛାଡ଼ପତ୍ର ପାଇଁ ସାମନ୍ଥାଙ୍କ ତରଫରୁ ପ୍ରଥମେ ଫାଇଲ କରାଯାଇଥିଲା। ସାମନ୍ଥାଙ୍କ ଏହି ନିଷ୍ପତ୍ତିକୁ ପରେ ନାଗା ଗ୍ରହଣ କରି ନେଇଥିଲେ। ହେଲେ ନାଗା ମୋ ପାଇଁ ବହୁତ ଚିନ୍ତିତ ଥିଲା। ମୁଁ କ’ଣ ଭାବିବି ଏବଂ ପରିବାରର ସମ୍ମାନ ଉପରେ କ’ଣ ପ୍ରଭାବ ପଡିବ , ତାକୁ ନେଇ ନାଗା ବହୁତ ଚିନ୍ତାରେ ପଡ଼ି ଯାଇଥିଲେ ବୋଲି ନାଗାର୍ଜୁନ କହିଛନ୍ତି।

Share