ଆଜି ନାଗାର୍ଜୁନ ବେଶ

ପୁରୀ ଅଫିସ, ୨୭।୧୧: ଶୁକ୍ରବାର ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ରତ୍ନସିଂହାସନରେ ଏହି ବୀର ବେଶରେ ସଜେଇ ହେବେ ଦାରୁଦିଅଁ। ୨୫ ବର୍ଷ ପରେ ପଡ଼ିିଥିବା ଏହି ଦୁର୍ଲଭ ବେଶକୁ କିନ୍ତୁ ଏଥର ଭକ୍ତ ଦେଖିପାରିବେନି। କରୋନା ମହାମାରୀ ପାଇଁ ଶ୍ରୀମନ୍ଦିରକୁ ପ୍ରବେଶ ଉପରେ କଟକଣା ଥିବାରୁ ନାଗାର୍ଜୁନ ବେଶ ଦର୍ଶନରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବଞ୍ଚତ୍ତ ହେବେ। ଅନ୍ୟପକ୍ଷରେ କିପରି ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଏହି ବେଶ ସମ୍ପନ୍ନ ହେବ ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପ୍ରଶାସନ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଥିବାବେଳେ ସହରରେ ୨୫ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ନାଗାର୍ଜୁନ ବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ଓ ଜିଲା ପ୍ରଶାସନ ସମେତ ବେଶ ସ୍ବତ୍ୱାଧିକାରୀ ଚକ୍ରକୋଟ ବଳରାମ ଖୁଣ୍ଟିଆ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ବିଜୟା ଦଶମୀଠାରୁ ବଳରାମଙ୍କ ହରଚଣ୍ଡୀ ସାହିସ୍ଥିତ ବାସଭବନରେ ଶୁଦ୍ଧପୂତ ଭାବେ ଏହି ବେଶ ତିଆରି ଚାଲିଥିଲା। ଶିଳ୍ପୀ ବସନ୍ତ ରଣାଙ୍କ ନେତୃତ୍ୱରେ ୧୦ ଜଣ କାରିଗର ଏଥିରେ ସାମିଲ ଥିଲେ। ଗୁରୁବାର ରାତି ୨ଟାରେ କଡ଼ା ସୁରକ୍ଷାରେ ବଳରାମଙ୍କ ବାସଭବନରୁ ଶ୍ରୀମନ୍ଦିରକୁ ବେଶ ବିଜେ ହେବ। ଏହାପରେ ଅନ୍ୟାନ୍ୟ ନୀତି ବଢି ଶୁକ୍ରବାର ଭୋର ୪ଟାରେ ନାଗାର୍ଜୁନ ବେଶ ଆରମ୍ଭ ହେବ। ପ୍ରାୟ ୩ଘଣ୍ଟା ଧରି ଠାକୁରଙ୍କୁ ଏହି ବେଶରେ ସଜ୍ଜିତ କରାଯିବ। ସକାଳ ୭ଟାରେ ବେଶ ସଜା କାମ ସାରିବାକୁ ସମୟ ନିର୍ଘଣ୍ଟ ହୋଇଛି। ଏହି ବେଶ ଥାଇ ଠାକୁରଙ୍କର ବିଭିନ୍ନ ନୀତି ସମ୍ପନ୍ନ ହେବ। ଭୋଗମଣ୍ଡପ ସରିବା ପରେ ଅପରାହ୍ନ ୨ଟାରେ ନାଗାର୍ଜୁନ ବେଶ ମଇଲମ ପାଇଁ ଧାର୍ଯ୍ୟ ହୋଇଛି। ଅର୍ଥାତ୍‌ ପ୍ରାୟ ୧୦ ଘଣ୍ଟା ଧରି ମହାପ୍ରଭୁ ନାଗାର୍ଜୁନ ବେଶ ଧାରଣ କରିବେ।
ଶେଷଥର ୧୯୯୪ରେ ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ୨୫ ବର୍ଷ ପରେ ଏହି ବେଶ ପଡ଼ିିଛି। ମାତ୍ର ସମୟ ଓ ସ୍ଥିତି ବଦଳି ଯାଇଛି। ଏଥର ଏହି ବେଶ ଦର୍ଶନରୁ ବଞ୍ଚତ୍ତ ହେବେ ଭକ୍ତ। କରୋନା କଟକଣା ପାଇଁ ଏଭଳି କଠୋର ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ସାମ୍ପ୍ରତିକ ସ୍ଥିତି ଓ ଭକ୍ତଙ୍କ ଆବେଗକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏ ନେଇ ଏସ୍‌ପି କନୱର ବିଶାଲ ସିଂ କହିଛନ୍ତି, ନାଗାର୍ଜୁନ ବେଶ ପାଇଁ ପୋଲିସର ପ୍ରସ୍ତୁତି ସରିଛି। କଡ଼ା ସୁରକ୍ଷା ମଧ୍ୟରେ ହରଚଣ୍ଡୀ ସାହିରୁ ଶ୍ରୀମନ୍ଦିରକୁ ବେଶ ବିଜେ ସହ ମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୨ଜଣ ଏଏସ୍‌ପି, ୭ଜଣ ଡିଏସ୍‌ପି, ୧୯ ଜଣ ଏସ୍‌ଆଇ ଏବଂ ୭୭ ଜଣ ଏଏସ୍‌ଆଇ ରହିଛନ୍ତି। ମୋଟ ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ମରିଚକୋଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ଏବଂ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଧାରା ଜାରି ହୋଇଛି। ଗୁରୁବାର ରାତି ୨ଟାରୁ ଶୁକ୍ରବାର ବେଶ ଓଲାଗି ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। କରୋନା ମହାମାରୀ ସମୟରେ ଭକ୍ତଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପୋଲିସର ପ୍ରାଥମିକତା। ତେଣୁ ଏହି ନିଷ୍ପତ୍ତିରେ ସମସ୍ତେ ସହଯୋଗ କରିବାକୁ ଏସ୍‌ପି ସିଂ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଲାମୁଣ୍ଡାରେ ଜିଲା ସ୍ତରୀୟ ଜାତୀୟ ପ୍ରେସ ଦିବସ: ବିକାଶ ପାଇଁ ଖବରଦାତାଙ୍କ ସହଯୋଗ ଆବଶ୍ୟକ

ଗୋଲାମୁଣ୍ଡା,୧୬।୧୧(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡାସ୍ଥିତ କଲ୍ୟାଣମଣ୍ଡପ ଠାରେ ଶନିବାର ଜିଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲା ସାମ୍ବାଦିକ ୟୁନିୟନ...

ରାତିରେ ଫରେଷ୍ଟରଙ୍କୁ ଗଛରେ ବାନ୍ଧିଦେଇ…

ଦେବଗଡ଼,୧୬।୧୧(ଶଶାଙ୍କ ଶେଖର ଝାଙ୍କର) ହାତୀ ଉପଦ୍ରବକୁ ନେଇ ଉତ୍ତେଜନା। ଫରେଷ୍ଟରଙ୍କୁ ଗଛରେ ବାନ୍ଧିଲେ କ୍ଷତିଗ୍ରସ୍ତ ଚାଷୀ। ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା...

୬ ଦିନିଆ ସିଙ୍ଗାପୁର ଗସ୍ତରେ ମୁଖମନ୍ତ୍ରୀ

ଭୁବନେଶ୍ୱର,୧୬।୧୧: ବିଦେଶରୁ ଓଡ଼ିଶାକୁ ଆସିବ ନିବେଶ। ସିଙ୍ଗାପୁରରେ ଶିଳ୍ପ ଜଗତର ଶୀର୍ଷ ନେତୃତ୍ୱଙ୍କୁ ଭେଟି ଓଡ଼ିଶାକୁ ନିମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏ...

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ସମସ୍ୟା ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ପୁରାତନ ଛାତ୍ର ସଂଘର ଦାବିପତ୍ର

ଭବାନୀପାଟଣା,୧୫ା୧୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ବବିଦ୍ୟାଳୟର ସ୍ବାଭିମାନ ଓ ଅସ୍ମିତା ରକ୍ଷା ପାଇଁ ଶୁକ୍ରବାର ପୁରାତନ ଛାତ୍ରସଂଘ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀ...

ବ୍ଲକ ସ୍ତରୀୟ ସରଗି ଫୁଲ: ପ୍ରତିଭା ଦେଖାଇବେ ଜନଜାତି ଛାତ୍ରୀଛାତ୍ର

ଦାରିଙ୍ଗବାଡି,୧୬।୧୦(ଅରୁଣ ସାହୁ): ଛାତ୍ରୀଛାତ୍ରଙ୍କ ଲୁଚିରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଉଛି। ଏହି ନେଇ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ...

୪ ବର୍ଷର ନାବାଳିକାଙ୍କୁ ମାଛ ମାରିବାକୁ ଯିବା କହି ଘରୁ ଡାକିନେଲେ : ଜଙ୍ଗଲରେ ବଳାତ୍କାର କରି ମାରି ଫିଙ୍ଗିଦେଲେ

ପାଇକମାଳ ୧୬।୧୧(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଥାନା ଅଞ୍ଚଳରେ ଶୁକ୍ରବାର ଏକ ଅମାନୁଷିକ ଘଟଣା ଘଟିଯାଇଛି। ଏହି ଥାନା ଅଧୀନ ସୋଢ଼ା ଗ୍ରାମର ଜଣେ...

ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ଜୀବନ ଗଲା: ଜାତୀୟ ରାଜପଥ ଅବରୋଧ କଲେ ଲୋକେ

ବୌଦ୍ଧ,୧୬।୧୧(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ଖୋର୍ଦ୍ଧା ବଲାଙ୍ଗୀର ୫୭ତମ ଜାତୀୟ ରାଜପଥର ସରସରା ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ...

ରାସ୍ତାରେ ବଡ଼ ଖାଲ: ଯାନବାହନ ଚଳାଚଳ ବାଧାପ୍ରାପ୍ତ

ରାଇକିଆ,୧୬।୧୧(ପ୍ରଦୀପ ବେହେରା):କନ୍ଧମାଳ ଜିଲା ରାଇକିଆ ମୁଖ୍ୟ ରାସ୍ତାରେ ବିଭିନ୍ନ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇଛି। ଦୀର୍ଘ ଦିନ ହେଲା ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri