ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ଏଭଳି କହିଲେ ନାଗାର୍ଜୁନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବହୁ ଅଭିନୀତ ଫିଲ୍ମ‘ବ୍ରହ୍ମାସ୍ତ୍ର’କୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ ଏ ପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ବଲିଉଡ୍‌ ଫିଲ୍ମ ବୋଲି କୁହାଯାଉଛି। ଆୟାନ ମୁଖାର୍ଜୀ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି । ନିକଟରେ ଫିଲ୍ମର ଫାର୍ଷ୍ଟ ଲୁକ୍‌ ସାମ୍ନାକୁ ଆସିଥିଲା। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ଫିଲ୍ମର ଷ୍ଟାର କାଷ୍ଟ ସାଉଥ୍‌ ମେଗାଷ୍ଟାର ନାଗାର୍ଜୁନ ଏକ ସାକ୍ଷାତକାରରେ ସମସ୍ତଙ୍କୁ ଫିଲ୍ମର କାହାଣୀ ବର୍ଣ୍ଣନା କରିଛନ୍ତି। ନାଗାର୍ଜୁନ କହିଛନ୍ତି, ‘ଫିଲ୍ମଟି ବହୁତ ବଡ଼ ଆକାରରେ ନିର୍ମିତ ହୋଇଛି। ଆଜିର ସମୟ ଏବଂ ବୈଦିକ ସମୟ ଏହାର ସ୍କ୍ରିପ୍ଟରେ ସୁନ୍ଦର ଭାବରେ ମିଶ୍ରିତ ହୋଇଛି। ମୁଁ ବ୍ରହ୍ମାସ୍ତ୍ର ବିଷୟରେ ଅଧିକ କିଛି କହିପାରିବି ନାହିଁ, କିନ୍ତୁ ମୁଁ ନିଶ୍ଚିତ ଭାବରେ କହିପାରିବି ଯେ ଏହା ପ୍ରାୟ ୫୦୦୦ ବର୍ଷ ପୁରୁଣା ଅସ୍ତ୍ର ବିଷୟରେ।’ ଫାର୍ଷ୍ଟ ଲୁକରେ ରଣବୀର କପୁର ରକ୍ତରେ ଜୁଡୁବୁଡ ହୋଇଥିବା ନଜର ଆସିଥିଲେ ଏବଂ ତାଙ୍କ ହାତରେ ଏକ ତ୍ରିଶୁଳ ଥିବା ଦେଖିବାକୁ ମିଳିଥିଲା। ଆଶା କରାଯାଉଛି ଏହି ଫିଲ୍ମରେ ଜବରଦସ୍ତ କାହାଣୀ ଥିବ।

Share