ନୂଆଦିଲ୍ଲୀ,୨୧।୧୧: ଜମ୍ମୁ-କଶ୍ମୀରର ନଗରୋଟା ଏନ୍କାଉଣ୍ଟର ମାମଲାରେ ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ଭାରତ ସମନ ଜାରି କରିଛି। ମୃତ ଆତଙ୍କବାଦୀମାନେ ପାକିସ୍ତାନ ସହିତ ଯୋଗାଯୋଗରେ ଥିବା ପ୍ରମାଣ ମିଳିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଆତଙ୍କବାଦୀଙ୍କ ପାଖରୁ ଡିଜିଟାଲ ମୋବାଇଲ ରେଡିଓ ମିଳିଛି। ଏହାକୁ ପାକିସ୍ତାନ କମ୍ପାନୀ ମାଇକ୍ରୋ ଇଲୋକ୍ଟ୍ରିନିକ୍ସ୍ ନିର୍ମାଣ କରିଥିବା କୁହାଯାଉଛି। ରେଡ଼ିଓ ଦ୍ୱାରା ସେମାନେ ସୀମାପାର ଆତଙ୍କବାଦୀ ଅଧିକାରୀଙ୍କ ସହିତ ଯୋଗାଯୋଗରେ ରହୁଥିଲେ। ସେହିପରି ଆତଙ୍କବାଦୀମାନେ ପିନ୍ଧିଥିବା ଜୋତା କରାଚିର ଏକ କମ୍ପାନୀ ଦ୍ୱାରା ତିଆରି ହୋଇଥିବା କୁହାଯାଉଛି।