Categories: ଖେଳ

ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ କ୍ରିକେଟ: ହରିୟାଣାକୁ ହରାଇଲା ଓଡ଼ିଶା

ଭୁବନେଶ୍ୱର, ୧୩।୨(କ୍ରୀଡ଼ା ପ୍ରତିନିଧି)-
ବେଙ୍ଗାଲୁରୁରେ ଚାଲିଥିବା ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ ଟି୨୦ କ୍ରିକେଟ ଟୁର୍ନାମେଣ୍ଟର ଅନ୍ତିମ ଲିଗ୍‌ ମ୍ୟାଚରେ ବିଜୟୀ ହେବା ସହ ଓଡ଼ିଶା ପୁଲ୍‌ ‘ଏ’ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ୪୭ ରନରେ ହରିୟାଣାକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ସୁଖରାମ ମାଝିଙ୍କ ୬୮, ଲାଲ ପ୍ରସାଦ ସୋରେନଙ୍କ ୫୧ ଓ ଅଧିନାୟକ ଜାଫର ଇକବାଲଙ୍କ ୨୬ ରନ ସହାୟତାରେ ୨୦ ଓଭରରେ ୧୯୨ ରନକରି ସମସ୍ତ ଉଇକେଟ ହରାଇଥିଲା। ଜବାବରେ ହରିୟାଣା ୨୦ ଓଭରରେ ୯ ଉଇକେଟ ହରାଇ ୧୪୫ ରନ କରି ପାରିଥିଲା। ଓଡ଼ିଶା ବୋଲରଙ୍କ ମଧ୍ୟରେ ନକୁଳ ସାହୁ ୪ଟି, ସୁଖରାମ ୩ଟି ଓ ଜାଫର ଗୋଟିଏ ଉଇକେଟ ନେଇଥିଲେ। ସୁଖରାମ ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଚଳିତ ଟୁର୍ନାମେଣ୍ଟରେ ତୃତୀୟଥର ପାଇଁ ସୁଖରାମ ଏହି ପୁରସ୍କାର ପାଇଥିଲେ। ଆଗାମୀ ୧୪ ତାରିଖରେ ଦଳ ତୃତୀୟ କ୍ୱାର୍ଟର ଫାଇନାଲରେ ଝାଡ଼ଖଣ୍ଡକୁ ଭେଟିବ।

Share