Advertisement

ନଗ୍‌ମା କରୋନା ପଜିଟିଭ୍‌: ନେଇ ସାରିଛନ୍ତି ପ୍ରଥମ ଡୋଜ୍‌

ମୁମ୍ବାଇ,୮।୪: ବଲିଉଡ୍‌ ଅଭିନେତ୍ରୀ ନଗ୍‌ମାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ଘରେ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। ତାଙ୍କ ସହିତ ମିଳାମିଶା କରିଥିବା ଲୋକେ ନିଜ ନିଜର ନମୁନା ପରୀକ୍ଷା କରାଇନେବା ସହିତ କରୋନା ମାର୍ଗଦର୍ଶିକା ପାଳନ କରିବାକୁ ସେ ଟୁଇଟ୍‌ କରି ପରାମର୍ଶ ଦେଇଛନ୍ତି। ନଗ୍‌ମା କରୋନା ଟିକାର ପ୍ରଥମ ଡୋଜ୍‌ ଏପ୍ରିଲ୍‌ ୨ରେ ନେଇ ସାରିଛନ୍ତି। ଟିକା ନେବା ପରେ ତାଙ୍କୁ ଥଣ୍ଡା ଜ୍ୱର ହୋଇଥିଲା। ଡାକ୍ତର ତାଙ୍କୁ ୨ ଦିନ ପର୍ଯ୍ୟନ୍ତ ଘରେ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦେଇଥିବା ନଗ୍‌ମା କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share