ଫସିଲେ ହନି ସିଂ

ମୁମ୍ବାଇ: ମହାରାଷ୍ଟ୍ରର ନାଗପୁରର ଏକ ଜିଲା ଅଦାଲତ ୟୋ ୟୋ ହନି ସିଂଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସେ ତାଙ୍କ ଭଏସ ସାମ୍ପଲ ଡିପୋଜିଟ କରିବେ । ଘଟଣା ହେଉଛି ଇଣ୍ଟରନେଟରେ ଅଶ୍ଳିଳ ଗୀତ ଅପଲୋଡ କରିବା ଘଟଣାକୁ ନେଇ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏସବୁ ମଧ୍ୟରେ ର‌୍ୟାପର ହନି ସିଂ ସ୍ଥାନୀୟ ପୋଲିସ ଥାନାରେ ହାଜର ହେବେ ଓ ତାଙ୍କ ଭଏସ୍ ସାମ୍ପଲ ଦେବାକୁ ପଡିବ । ଅନ୍ୟପଟେ ଜିଲା ଓ ଅତିରିକ୍ତ ଅଦାଲତର ବିଚାରପତି ଏସ ଏ ଏସ୍ ଏମ୍ ଅଲି ୨୭ ଜାନୁୟାରୀକୁ କହିଥିଲେ, ୟୋ ୟୋ ହନି ସିଂ ୪-୧୧ ଫେବୃୟାରୀ ମଧ୍ୟରେ ନାଗପୁରର ପଞ୍ଚ ପୌଲି ପୋଲିସ ଷ୍ଟେଶନରେ ହାଜର ହେବେ । ନିକଟରେ ହନି ସିଂ ବିଦେଶ ଯାତ୍ରା କରିବା ସମୟରେ ପୂର୍ବରୁ ତାଙ୍କ ଉପରେ ଲାଗିଥିବା ଅଭିଯୋଗରେ କିଛିଟା କୋହଳ କରିବା ପାଇଁ ଆବେଦନ କରିଥିଲେ । ଏବେ ଏହାର ଶୁଣାଣି କରି କୋର୍ଟ ଏହା କହିଛନ୍ତି । ଅଦାଲତ ତାଙ୍କୁ ୨୯ଜାନୁୟାରୀରୁ ୪ ଫେବୃୟାରୀ ମଧ୍ୟରେ ଦୁବଇ ଯିବାକୁ ଅନୁମତି ପ୍ରଦାନ କରିଥିଲେ । ଏହାପରେ ୪ ଫେବୃୟାରୀରୁ ୧୧ ଫେବୃୟାରୀ ମଧ୍ୟରେ ପୋଲିସ ଷ୍ଟେଶନରେ ହାଜର ହେବାକୁ କୁହାଯାଇଥିଲା ।

Share