Categories: ଜାତୀୟ

ଲିଭ୍‌-ଇନ୍‌ ପାର୍ଟନର, ପୁଅଙ୍କୁ ହତ୍ୟା କରି ନିଜେ ଝୁଲିପଡିଲେ ଡ୍ରାଇଭର

ନାଗପୁର, ୧୪।୪: ମହାରାଷ୍ଟ୍ରର ନାଗପୁର ସହରର ଏକ ହୋଟେଲରେ ଜଣେ ୩୦ ବର୍ଷୀୟ ବ୍ୟକ୍ତି ନିଜ ଲିଭ୍‌-ଇନ୍‌ ପାର୍ଟନର ଓ ୩ ବର୍ଷର ପୁଅଙ୍କୁ ହତ୍ୟା କରିବା ପରେ ଦଉଡ଼ିରେ ଝୁଲି ଆତ୍ମହତ୍ୟା କରିଛନ୍ତି। ବୃତ୍ତିରେ ଡ୍ରାଇଭର ଥିବା ସଚିନ ବିନୋଦ କୁମାର ରାଉତ(୩୦)ଙ୍କ ସହ ତାଙ୍କ ଲିଭ୍‌-ଇନ୍‌ ପାର୍ଟନର ନାଜ୍‌ନିନ (୨୯) ଓ ୩ ବର୍ଷୀୟ ପୁଅ ୟୁଗ୍‌ଙ୍କ ମୃତଦେହ ସ୍ଥାନୀୟ ଗଜାନନ କଲୋନି ସ୍ଥିତ ଏକ ହୋଟେଲରୁ ମିଳିଛି। ହୋଟେଲ ରୁମ ମଧ୍ୟରେ ସଚିନ ଦଉଡ଼ିରେ ଝୁଲୁଥିବାବେଳେ ନାଜ୍‌ନିନଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା ଓ ପାଖରେ ଏକ ରକ୍ତାକ୍ତ ହାତୁଡ଼ି ପଡ଼ିଥିବାର ପୋଲିସ ସୂଚନା ଦେଇଛି। ଗତ କିଛି ଦିନ ଧରି ସଚିନ ଓ ନାଜ୍‌ନିନଙ୍କ ମଧ୍ୟରେ ମନମାଳିନ୍ୟ ହେବା ସହ ଯୁକ୍ତିତର୍କ ଲାଗି ରହୁଥିବାରୁ ଉଭୟ ଅଲଗା ହେବାକୁ ସ୍ଥିର କରିଥିଲେ। ନାଗପୁର ପୋଲିସ ଘଟଣାର ତଦନ୍ତ ଚଳାଇଛି।

Share