Categories: ଜାତୀୟ

ନାଗପୁର ସିରିଜ୍‌ ବ୍ଲାଷ୍ଟ: ଏବେ ବି ନାବାଳିକା ନିଖୋଜ

ମୁମ୍ବାଇ,୧୦।୫: ନାଗପୁର ମହାକାଳୀ ନଗର ବସ୍ତୀ ଅଞ୍ଚଳରେ ସିରିଜ୍‌ ସିଲିଣ୍ଡର ବ୍ଲାଷ୍ଟ ହେବା ଫଳରେ ଶତାଧିକ କୁଡ଼ିଆ ଜଳିଯାଇଛି। ପାଖାପାଖି ୧୫ଟି ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଫାଟିବା ଫଳରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଦୁର୍ଘଟଣାର ସୂଚନା ପାଇଁ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆକୁ ଆୟତ୍ତ କରିଥିଲେ। ଦୁର୍ଘଟଣାରେ ମୃତାହତଙ୍କ କୌଣସି ସୂଚନା ମିଳି ନ ଥିବା ବେଳେ ଜଣେ ନାବାଳିକ ନିଖୋଜ ଥିବା ଜଣାପଡିଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି।

Share