Categories: ଖେଳ

ନାଗପୁର ଟେଷ୍ଟ: ୨୨୩ ରନ୍‌ରେ ଭାରତ ଆଗୁଆ

ନାଗପୁର,୧୧।୨: ଅଧିନାୟକ ରୋହିତ ଶର୍ମାଙ୍କ ଶତକୀୟ ଇନିଂସ ସହ ରବୀନ୍ଦ୍ର ଜାଡେଜା ଏବଂ ଅକ୍ଷର ପଟେଲଙ୍କ ଅଲ୍‌ରାଉଣ୍ଡର ପ୍ରଦର୍ଶନ ବଳରେ ଭାରତ ନାଗପୁର ଟେଷ୍ଟର ପ୍ରଥମ ଇନିଂସରେ ୧୦ ଉଇକେଟ ହରାଇ ୪୦୦ ରନ୍‌ କରିଛି। ଫଳରେ ଭାରତ ଅଷ୍ଟ୍ରେଲିଆଠାରୁ ୨୨୩ ରନ୍‌ ଆଗୁଆ ରହିଛି। ଜାଡେଜା ୭୦ ରନ୍‌ କରିଥିବା ବେଳେ ଅକ୍ଷର ପଟେଲ ୮୪ ରନ୍‌ର ଦମ୍‌ଦାର ଇନିଂସ ଖେଳିଥିଲେ।

ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୧୭୭ ରନ୍‌ କରି ଅଲ୍‌ଆଉଟ ହୋଇଯାଇଥିଲା। ପରେ ଭାରତ ଇନିଂସ ଆରମ୍ଭ କରି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୭୭ ରନ୍‌ କରି ୧ ଉଇକେଟ ହରାଇଥିଲା। ଶୁକ୍ରବାର ଦ୍ୱିତୀୟ ଦିନ ଖେଳ ସୁଦ୍ଧା ଭାରତ ୭ ଉଇକେଟ ହରାଇ ୩୨୧ ରନ୍‌ କରିଥିଲା। ଶନିବାର ତୃତୀୟ ଦିନରେ ଜାଡେଜା ଏବଂ ଅକ୍ଷର ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ହେଲେ ମହମ୍ମଦ ଶାମି ଶେଷ ବେଳକୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୪୭ ବଲ୍‌ରେ ୨ ଚଉକା ୩ ଛକା ସହାୟତାରେ ୩୭ ରନ୍‌ କରିଥିଲେ।

Share