Categories: ଜାତୀୟ

ବନ୍ୟାରେ ଭାସିଗଲେ ଦୁଇ ଯବାନ

ନୂଆଦିଲ୍ଲୀ,୯।୭: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲାର ଏକ ଉଫନାତିି ନଦୀରେ ଭାରତୀୟ ସେନାର ଦୁଇ ଯବାନ ଭାସି ଯାଇଛନ୍ତି। ସେମାନେ ମଧ୍ୟରୁ ଜଣେ ହେଲେ ନାଏବ ସୁବେଦାର କୁଲଦୀପ ସିଂ ବୋଲି ଜଣାପଡିଛି। ଅନ୍ୟଜଣଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି ନାହିଁ।

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରେ ଲଗାଣ ବର୍ଷା ଜାରି ରହିଛି। ତେବେ ଏହି ସମୟରେ ନଦୀରେ ବନ୍ୟା ପରିସ୍ଥିତି ଉପୁଜିଛି। ଯେତେବେଳେ ଦୁଇ ସୈନିକ ପୁଞ୍ଚର ସୁରାନକୋଟର ପୋଶାନାଠାରେ ଡୋଗ୍ରାନାଲା ପାର କରୁଥିଲେ ଲଗାଣ ବର୍ଷାରେ ସେମାନେ ନଦୀକୁ ଖସି ପଡିଥିଲେ। ବନ୍ୟାପାଣି ଯୋଗୁ ସେମାନେ ନଦୀରେ ଭାସିଗଲେ।

ସେନାର ୧୬ଫୋର୍ସ କମାଣ୍ଡିଂ ଅଫିସର ଏବଂ ଯବାନମାନେ ଦୁଇ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ୧୬ଫୋର୍ସର ଟ୍ବିଟ୍‌ର ହ୍ୟାଣ୍ଡେଲରେ ଟ୍ବିଟ୍‌ କରି ତାଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ସେନା ଅଧିକାରୀମାନେ କହିଛନ୍ତି ଯେ, ସେନା, ପୋଲିସ ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ଉଭୟଙ୍କୁ ଖୋଜୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ କିଛି ପତ୍ତା ମିଳିନାହିଁ। ବରିଷ୍ଠ ସେନା ଏବଂ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି।

Share