ଅଭିନୟ ଛାଡ଼ି ଯୋଗ ଶିଖାଉଛନ୍ତି ଏହି ପ୍ରସିଦ୍ଧ ଅଭିନେତା

ଏମିତି ଅନେକ କଳାକାର ରହିଛନ୍ତି ଯେଉଁମାନେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରି ସମସ୍ତଙ୍କୁ ଦାଓ୍ବାନା କରିଦେଇଥିଲେ। ଏମାନଙ୍କ ମଧ୍ୟରେ ଜଣେ ହେଲେ ଅଭିନେତା ନକୁଳ କପୁର। ‘ତୁମ୍‌ସେ ଅଚ୍ଛା କୌନ୍‌ ହୈ’ ଫିଲ୍ମ ସମସ୍ତଙ୍କର ମନେଥିବ ନିଶ୍ଚୟ। ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ନକୁଲ କପୁରଙ୍କୁ ସମସ୍ତେ ମନେ ରଖିଥିବ ନିଶ୍ଚୟ। ଏବେ ଏହି ଅଭିନେତା ଅଭିନୟ ଛାଡି ଯୋଗ ଶିକ୍ଷକ ପାଲଟିଛନ୍ତି।
ନକୁଲ ୧୯୯୮ରେ ‘ ହୋ ଗଈ ହୈ ମହବତ୍‌ ତୁମ୍‌ସେ’ ଆଲବମ୍‌ରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୧ରେ ‘ଆଜା ମେରେ ୟାର୍‌’ ଏବଂ ୨୦୦୨ରେ ‘ତୁମ୍‌ସେ ଅଚ୍ଛା କୌନ୍‌ ହୈ’ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା। ‘ତୁମ୍‌ସେ ଅଚ୍ଛା କୌନ୍‌ ହୈ’ ଫିଲ୍ମରୁ ନକୁଲ ରାତାରାତି ଲୋକପ୍ରିୟ ହୋଇଯାଇଥିଲେ। ମାତ୍ର ଏହା ପରେ ତାଙ୍କୁ ଆଉ ସେତେ ଭଳ ପ୍ରୋଜେକ୍ଟ ମିଳିଲା ନାହିଁ। ତେଣୁ ଧୀରେ ଧୀରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଗଲେ। ଏବେ ସେ ଯୋଗ ଶିକ୍ଷକ ସାଜି ଲୋକଙ୍କୁ ଯୋଗ ଶିଖାଉଛନ୍ତି। କାନାଡ଼ାର ନର୍ଥ ଭେଙ୍କୁଭରରେ ତାଙ୍କର ଡିଭାଇନ୍‌ ଲାଇଟ୍‌ ନାମକ ଯୋଗ ସେଣ୍ଟର ରହିଛି। ଲୋକଙ୍କୁ ଯୋଗ ଶିଖିବା ତାଙ୍କର ସ୍ବପ୍ନ ଥିଲା ବୋଲି ନକୁଲ କହିଛନ୍ତି।

Share