ବମ୍ବେ: ଲୋକପ୍ରିୟ ଧାରାବାହିକ ‘ବଡେ ଅଚ୍ଛେ ଲଗତେ ହୈ’ରେ ରାମ କପୁର ଭୂମିକାରେ ନଜର ଆସୁଥିବା ନକୁଲ ମେହେଟାଙ୍କୁ କରୋନା। ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ଏନେଇ ନକୁଲ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି।
ନକୁଲ ପ୍ରଶଂସକଙ୍କୁ ସ୍ବାସ୍ଥ୍ୟ ବିଷୟରେ ଜଣାଇ ଲେଖିଛନ୍ତି, ସେ ଭାଇରସକୁ ହରାଇବା ଲାଗି ଔଷଧ ଖାଉଛନ୍ତି। ଘରେ ବସି ସିରିଜ ଦେଖୁଛନ୍ତି। ଘରେ ରନ୍ଧା ଯାଇଥିବା ଗରମ ଗରମ ଖାଇବାର ମଜା ନେଉଛନ୍ତି।
ଏହି ଖବର ଜଣାପଡ଼ିବା ପରେ ନକୁଲଙ୍କ ପ୍ରଶଂସକ ତାଙ୍କର ଶୀଘ୍ର ଆରୋଗ୍ୟ ହେବାର କାମନା କରୁଛନ୍ତି।