ନାଳନ୍ଦା,୬ ।୩: ପଢିବା ଲେଖିବା ଅବା କିଛି ଶିଖିବାର କୌଣସି ବୟସ ନ ଥାଏ । ଯଦି ମନେରେ ଇଚ୍ଛା ଶକ୍ତି ରହିଛି ତେବେ ମଣିଷ କେତେବେଳେ କିଛି ବି କରିପାରେ । ବିହାରର ନାଳନ୍ଦାରେ ଶାଶୁ ଓ ୪ ବୋହୂ ଏମିତି କିଛି କରି ଦେଖାଇଛନ୍ତି । ଏବେ ଏହା ସେହି ଅଞ୍ଚଳରେ ଖୁବ୍ ଚର୍ଚ୍ଚା ହେଉଛି । ରବିବାର ଆଦର୍ଶ ଚଣ୍ଡି ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ଅକ୍ଷର ଆଞ୍ଚଲ ଯୋଜନାରେ ନବ ସାକ୍ଷର ମହିଳାଙ୍କ ମହାପରୀକ୍ଷାର ଆୟୋଜନ କରାଯାଇଥିଲା । ଏହି ମହାପରୀକ୍ଷାରେ ଜିଲାରୁ ୯ ହଜାର ୬୯୮ ମହିଳା ସାମିଲ ହୋଇଥିଲେ । ଗୋଟିଏ ପରିବାରର ଶାଶୁଙ୍କ ସହ ତାଙ୍କର ୪ ବୋହୂ ବି ପରୀକ୍ଷା ଦେଇଥିଲେ । ଏବେ ଏହି ୫ ଜଣଙ୍କ ମନୋବଳକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।