ଅବସର ନେବେ ନାଲ୍‌କୋ ଇଡି, ଜିଜିଏମ୍‌

ବଅଁରପାଳ,୨୮।୧୧(ଡି.ଏନ୍‌.ଏ.): ନାଲ୍‌କୋ ନିର୍ବାହୀ ନିର୍ଦ୍ଦେଶକ (ଇଡି) ଅମ୍ବିକା ପ୍ରସାଦ ପଣ୍ଡା ଏବଂ ଜିଜିଏମ୍‌ (ମାନବ ସମ୍ବଳ) ସତ୍ୟାନନ୍ଦ ସାହୁଙ୍କ କାର୍ଯ୍ୟକାଳ ୪ ଦିନ ପରେ ଶେଷ ହେବ। ଖାଲି ପଡୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ କମ୍ପାନୀ ପକ୍ଷରୁ କାହାକୁ ନିଯୁକ୍ତି ଦିଆଯିବ, ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ବହୁ ବରିଷ୍ଠ ପଦପଦବୀରେ ଥିବା ଅଧିକାରୀମାନେ ଏଥିଲାଗି ଲବି ଆରମ୍ଭ କରିଦେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ସିପିପି ଏବଂ ସ୍ମେଲ୍‌ଟର ପ୍ଲାଣ୍ଟରେ କାର୍ଯ୍ୟରତ କେତେଜଣ ମହାପ୍ରବନ୍ଧକ ଏହି ପଦବୀ ଲାଗି ଆଶାୟୀ ଅଛନ୍ତି। ସେମାନେ କର୍ପୋରେଟ୍‌ କାର୍ଯ୍ୟାଳୟରେ ଏଥିଲାଗି ଲବି ଆରମ୍ଭ କରି ସାରିଲେଣି। ଅନ୍ୟପଟେ ଇଡି, ଜିଜିଏମ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ସ୍ଥାୟୀ ନିଯୁକ୍ତି ଦିଆଯିବ କି କୌଣସି ଜଣେ ବରିଷ୍ଠ ଅଧିକାରୀଙ୍କୁ ଅବସ୍ଥାପିତ କରାଯିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଉକ୍ତ ୨ ପଦବୀରେ ସ୍ଥାୟୀ ନିଯୁକ୍ତି ଦେବାକୁ କର୍ମଚାରୀ ମହଲରେ ଦାବି ହେଉଛି। ପାରିପାର୍ଶ୍ୱିକ ଅଞ୍ଚଳର ବିକାଶକୁ ଅଗ୍ରାଧିକାର ଦେଉଥିବା ଏବଂ ଶ୍ରମିକଙ୍କ ନ୍ୟାଯ୍ୟ ଦାବି ପୂରଣ କରିବାର ସାମର୍ଥ୍ୟ ରଖୁଥିବା ଅଭିଜ୍ଞ ଅଧିକାରୀ ଏହି ପଦବୀ ହାତେଇବେ ବୋଲି ଚର୍ଚ୍ଚା ହେଉଛି।

Share