Categories: ବାଣିଜ୍ୟ

ନାଲ୍‌କୋ ସ୍ମେଲ୍‌ଟର ପ୍ଲାଣ୍ଟକୁ ’ଗୋଲ୍ଡ ପ୍ଲସ୍‌’ ମାନ୍ୟତା

ଅନୁଗୋଳ,୯ା୧୨ (ଅମିତ କୁମାର ସାମଲ): ଅନୁଗୋଳ ନାଲ୍‌କୋସ୍ଥିତ ସ୍ମେଲ୍‌ଟର ପ୍ଲାଣ୍ଟକୁ ସିଆଇଆଇ ଏକ୍ଜିମ ବ୍ୟାଙ୍କ ହୋଲିଷ୍ଟିକ ବିଜ୍‌ନେସ୍‌ ଏକ୍ସଲେନ୍ସ ଆୱାର୍ଡ-୨୦୨୩ରେ ’ଗୋଲ୍ଡ ପ୍ଲସ୍‌’ ମାନ୍ୟତା ପ୍ରଦାନ କରାଯାଇଛି। ସିଆଇଆଇ-ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କ୍ୱାଲିଟି ପକ୍ଷରୁ ବିଭିନ୍ନ ଶିଳ୍ପସଂସ୍ଥାର ୪୦୦ ପ୍ରତିନିଧିଙ୍କ ଉପସ୍ଥିତିରେ ଇଡି (ଏସ୍‌ଆଣ୍ଡପି କମ୍ପ୍ଲେକ୍ସ) ଏ.କେ. ସ୍ବାଇଁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଥିଲେ। ଗତ ୨ ଓ ୩ ତାରିଖରେ ବେଙ୍ଗାଲୁରୁଠାରେ ଅନୁଷ୍ଠିତ ୩୧ତମ ସିଆଇଆଇ ଏକ୍ସଲେନ୍ସ ଶିଖର ସମ୍ମିଳନୀରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସିଆଇଆଇ-ଆଇକ୍ୟୁ ସ୍ମେଲଟର ପ୍ଲାଣ୍ଟକୁ ବ୍ୟବସାୟର ଉତ୍କର୍ଷ ପ୍ରତି ୟୁନିଟ୍‌ ମ୍ୟାନେଜମେଣ୍ଟର ଦୃଢ଼ ପ୍ରତିବଦ୍ଧତା ପାଇଁ ପ୍ରଶଂସା କରିଥିଲା।

Share