ଜୟପୁର,୧୯। ୭(ଡି.ଏନ.ଏ.)-କୋରାପୁଟ ଜିଲାର ଜୟପୁର କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିବା କେତେଜଣ ରୋଗୀ ନିକଟରେ ନୃତ୍ୟ କରିଥିଲେ। ଏହାର ଭିଡିଓ ଭାଇରାଲ ହୋଇଥିଲା। ଏହି ନୃତ୍ୟ କରୁଥିବା ରୋଗୀଙ୍କ ମଧ୍ୟରେ ଦାମନଯୋଡ଼ି ନାଲ୍କୋର ଜଣେ କର୍ମଚାରୀ ଥିଲେ। ଭିଡିଓ ଭାଇରାଲ ପରେ ନାଲ୍କୋ କର୍ତ୍ତୃପକ୍ଷ ସମ୍ପୃକ୍ତ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି । ଏନେଇ ଶୁକ୍ରବାର ଏକ ନିର୍ଦ୍ଦେନାମା ୨୭(ବି)(୨) ଜାରି ହୋଇଛି। ସମ୍ପୃକ୍ତ କର୍ମଚାରୀ ଜଣକ ଗତ ୫ରୁ ୧୫ ତାରିଖ ମଧ୍ୟରେ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏହି ସମୟରେ ସେଠାରେ ମୋବାଇଲରେ ସଙ୍ଗୀତର ତାଳେତାଳେ କେତେଜଣ ରୋଗୀ ନୃତ୍ୟ କରିଥିଲେ । ଏହାର ଭିଡିଓ ଶୁଟିଂ କରାଯାଇ ଭାଇରାଲ କରାଯାଇଥିଲା। ଏହାକୁ ଭିତ୍ତିକରି ନାଲ୍କୋ ତା’ର କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
Posted inଆମ ଜିଲା ଖବର, କୋରାପୁଟ