ନାଲ୍‌କୋର ସର୍ବକାଳୀନ ଆୟ ରେକର୍ଡ

ଭୁବନେଶ୍ୱର,୧୨।୨ (ଅଭୟ ଦାଶ): ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ ବା ନାଲ୍‌କୋର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନାଲକୋର କାରବାର ଓ ଆଗାମୀ କାର୍ଯ୍ୟକଳାପ ଆଦି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏପରିକି ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଫଳାଫଳକୁ ମଧ୍ୟ ଘୋଷଣା କରାଯାଇଥିଲା। ୨୦୨୪ ଅକ୍ଟୋବରରୁ ଡିସେମ୍ବର ଶେଷ ସୁଦ୍ଧା ବା ତୃତୀୟ ତ୍ରୈମାସରେ ନାଲକୋର ନିଟ ଲାଭ ୧,୫୮୩ କୋଟି ଟଙ୍କା ହୋଇଥିବା ବେଳେ ବିଗତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ଏହି ପରିମାଣ ୪୮୮ କୋଟି ଟଙ୍କା ଥିଲା। ଉଲ୍ଲେଖଯୋଗ୍ୟ, ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଶେଷ ସୁଦ୍ଧା ଅଥବା ଏହି ଆର୍ଥିକ ବର୍ଷର ପ୍ରଥମ ୯ ମାସର କାରବାରରୁ ନାଲକୋ ସର୍ବକାଳୀନ ସର୍ବାଧିକ ଆୟ ଓ ଲାଭ ଅର୍ଜନର ରେକର୍ଡ ହାସଲ କରିଛି। ଏ ସମ୍ପର୍କରେ ନାଲକୋ ସିଏମ୍‌ଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି, କାର୍ଯ୍ୟ ପ୍ରଣାଳୀରେ ଉନ୍ନତି, ଖର୍ଚ୍ଚ ହ୍ରାସ ଏବଂ ଉତ୍ପାଦର ଗୁଣବତ୍ତା ବୃଦ୍ଧି କମ୍ପାନୀର ସଫଳତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ତୃତୀୟ ତ୍ରୈମାସିକ ଫଳାଫଳ ମୁଖ୍ୟତଃ କଞ୍ଚାମାଲର ମୂଲ୍ୟ ହ୍ରାସ, ଆଲୁମିନା ଏବଂ ଧାତୁ ବିକ୍ରିରେ ଅଭିବୃଦ୍ଧି ଓ କ୍ୟାପ୍ଟିଭ କୋଇଲା ଖଣିର ଉପଯୋଗ ଯୋଗୁ ସମ୍ଭବ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଷ୍ଣୁମୁଣ୍ଡା ମନୋଜ ନାଏକଙ୍କ ହତ୍ୟା ମାମଲା: ଭୁବନେଶ୍ବରରୁ ଅଭିଯୁକ୍ତ ଗିରଫ

ବଲାଙ୍ଗୀର,୨୨।୪: ବଲାଙ୍ଗୀର ସହର ବିଷ୍ଣୁମୁଣ୍ଡା ମନୋଜ ନାଏକ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଭୁବନେଶ୍ବରରୁ ପୋଲିସ ଗିରଫ କରିଛି। ମଙ୍ଗଳବାର ବଲାଙ୍ଗୀର ଟାଉନ ଥାନା ଠାରେ...

ଗର୍ଭବତୀ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା: ସ୍ବାମୀ ଫେରାର

ଲକ୍ଷ୍ମୀପୁର,୨୨।୪: କୋରାପୁଟ ଜିଲା ଦଶମନ୍ତପୁର ଥାନା ନେର୍କାଗୁଡ଼ା ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଗର୍ଭବତୀ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ...

୨୪ରୁ ଦିଆଯିବ ନୂଆ ରାଶନ କାର୍ଡ: ଏଯାବତ୍‌ E-KYC କରିନାହାନ୍ତି…

ଭୁବନେଶ୍ୱର,୪।୨୨ ଆସନ୍ତା ୨୪ ତାରିଖରେ ବଣ୍ଟାଯିବ ନୂଆ ରାଶନ କାର୍ଡ। ପ୍ରଥମ ପର୍ଯ୍ୟାୟ ରାଶନ କାର୍ଡ ପୁରୀରେ ବଣ୍ଟନ କରାଯିବ । ପୁରୀଠାରେ ପଞ୍ଚାୟତିରାଜ ଦିବସ...

ମାରୱଡି ଯୁବାମଞ୍ଚର ଶପଥ ଗ୍ରହଣ ସମାରୋହ

ପଦ୍ମପୁର,୨୨।୪ (ପ୍ରଦୀପ୍ତ ଦାଶ): ସ୍ଥାନୀୟ ମାରୱାଡି ଧର୍ମଶାଳା ପଦ୍ମପୁର ଠାରେ ମାରୱାଡି ଯୁବାମଞ୍ଚର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି...

ମୋଦିଙ୍କ ଆପ୍ରୁଭାଲ୍‌ ରେଟିଂ ଦେଖି ଇର୍ଷା କରୁଛନ୍ତି ଆମେରିକାର ଉପରାଷ୍ଟ୍ରପତି: କହୁ କହୁ କହିଦେଲେ…

ଜୟପୁର,୨୨।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ରାଜସ୍ଥାନର ଜୟପୁରରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେ। ଏହି ଅବସରରେ ସେ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ...

ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୩ ଗିରଫ: ୨ ବନ୍ଧୁକ ଜବତ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ମଙ୍ଗଳବାର ବେଆଇନ ବନ୍ଧୁକ ରଖିବା ଏବଂ ସହଯୋଗ କରିବା ଅଭିଯୋଗରେ ୩ ଜଣକୁ ଗିରଫ କରିଛି। ସେମାନେ...

ବେଲବାହାଳିରେ ବାଘ ଆତଙ୍କ

ଆନନ୍ଦପୁର,୨୨।୪(ସୁଶାନ୍ତ କୁମାର ସାହୁ ): ବାଘ ଆତଙ୍କରେ ଆତଙ୍କିତ ଗ୍ରାମବାସୀ। ବନ ବିଭାଗର ତଦନ୍ତ ଆରମ୍ଭ। ଆନନ୍ଦପୁର ବନଖଣ୍ଡ ଅଧୀନ ବେଲବାହାଳି ଗାଁରୁ ଟୋଲଙ୍କପଡା ଯିବା...

୨୬ ଯାଏଁ କଲବଲ: ଏହି ୫ ଜିଲାକୁ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୨।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଗତ ଦୁଇଦିନ ହେଲା ତାପମାତ୍ରା ଉପର ମୁହାଁ ରହିଥିବା ବେଳେ ଝାରସୁଗୁଡା ରାଜ୍ୟର ଉତପ୍ତ ସହର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image