Categories: ବାଣିଜ୍ୟ

ବଜାରରେ ନାଲ୍‌କୋର ନୂତନ ଉତ୍ପାଦ

ଭୁବନେଶ୍ୱର,୧୪।୭:ଦେଶର ପ୍ରମୁଖ ନବରତ୍ନା ଉଦ୍ୟୋଗ ନ୍ୟାଶନାଲ ଆଲୁମିନିୟମ୍‌ କମ୍ପାନୀ ଲିମିଟେଡ଼ ବା ନାଲ୍‌କୋର ନୂତନ ଉତ୍ପାଦ ‘ମେକାନାଇଜ୍‌ଡ ସୋ ଇନଗଟର’ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି କମ୍ପାନୀ ତା’ର ପ୍ରଡକ୍ଟ ପୋର୍ଟଫୋଲିଓକୁ ଅଧିକ ମଜଭୁତ ଓ ସୁବିସ୍ତୃତ କରିବା ଜାରି ରଖିଛି। ଏପରିକି ଅତୀତରେ ସ୍ବତନ୍ତ୍ର ଗୁଣଯୁକ୍ତ ମେକାନାଇଜ୍‌ଡ ସୋ ଇନଗଟରର ସଫଳ ପରୀକ୍ଷଣ ପରେ କମ୍ପାନୀ ଉକ୍ତ ଉତ୍ପାଦକୁ ଘରୋଇ ବଜାରରେ ପ୍ରବେଶ ସହ ଏଭଳି ଏକ ବହୁମୁଖୀ ଉତ୍ପାଦର ବାଣିଜି୍ୟକ ବିକ୍ରୟ ମଧ୍ୟ ଆରମ୍ଭ କରିଛି। ଉଲ୍ଲେଖଯୋଗ୍ୟ, ନାଲକୋର ଅନୁଗୋଳସ୍ଥିତ ସ୍ମେଲଟର ପ୍ଲାଣ୍ଟ ପରିସରରେ ଉକ୍ତ ଉତ୍ପାଦର ପ୍ରଥମ କନ୍‌ସାଇନମେଣ୍ଟକୁ ବଜାର ପ୍ରବେଶ କରାଇଛି। ଅପରପକ୍ଷରେ ନାଲକୋ ଦ୍ୱାରା ପ୍ରସ୍ତୁତ ମେକାନାଇଜ୍‌ଡ ସୋ ଇନଗଟ, ଖାଦ ମୁକ୍ତ ହୋଇଥିବା ବେଳେ ଏଥିରୁ ପ୍ରସ୍ତୁତ ଉତ୍ପାଦ ଅଧିକ ମସୃଣ ଓ ଗୁଣାତ୍ମକ ହୋଇଥାଏ। ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରୁଥିବା ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ପାଇଁ ଏହା ବିଶେଷ ଭାବେ ଲାଭ ଦାୟକ ହେବ। ଏହି ସ୍ବତନ୍ତ୍ର ମେକାନାଇଜ୍‌ଡ ସୋ ଇନଗଟ ଖଣ୍ଡ ପ୍ରତି ୬୫୦ କି.ଗ୍ରା.(+/-୫୦ କି.ଗ୍ରା) ଓଜନରେ ଉପଲବ୍ଧ ଅଟେ। ଉଭୟ ଘରୋଇ ତଥା ଅନ୍ତର୍ଜାତୀୟ ବଜାରରେ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବାରେ ଏହି ଉତ୍ପାଦ ବହୁ ମାତ୍ରାରେ ସହାୟକ ହୋଇପାରିବ।

Share