ନାଳିଆସାହି, ଭେଙ୍କଟରାୟପୁର ଗାଁକୁ ମିଳିଲା ୟୁନେସ୍କୋ ପ୍ରମାଣପତ୍ର

ଭୁୂବନେଶ୍ୱର,୮।୮(ବ୍ୟୁରୋ): ଜଗତସିଂହପୁର ଜିଲାର ନୋଳିଆ ସାହି ଏବଂ ଗଞ୍ଜାମ ଜିଲାର ଭେଙ୍କଟରାୟପୁର ଗ୍ରାମକୁ ୟୁନେସ୍କୋର ଇଣ୍ଟରଗର୍ଭନମେଣ୍ଟାଲ ଓସେନୋଗ୍ରାଫିକ କମିଶନ (ଆଇଓସି) ପକ୍ଷରୁ ସୁନାମୀ ପ୍ରସ୍ତୁତ(ସୁନାମୀ ରେଡି) ଗ୍ରାମର ମାନ୍ୟତା ମିଳିଛି। ଶୁକ୍ରବାର ଭର୍ଚୁଆଲ କାର୍ଯ୍ୟକ୍ରମ ଜରିଆରେ ୟୁନେସ୍କୋ ପକ୍ଷରୁ ଓଏସଡିଏମଏକୁ ସ୍ବୀକୃତୀ ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରଣାଳୟର ସଚିବ ଏମ. ରାଜୀବନ, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ) ମେମ୍ବର ସେକ୍ରେଟାରୀ ଜିଭିଭି ଶର୍ମା, ଓଏଏସଡିଏମ ଏମଡି ପ୍ରଦୀପ କୁମାର ଜେନା ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

Share