ପ୍ରାର୍ଥତ୍ପତ୍ର ଦାଖଲ ନ କରି ଫେରିଗଲେ ନଳିନୀକାନ୍ତ

ଆଠମଲ୍ଲିକ, ୩ା୫(ଉଦୀପ୍ତ ପୁରୋହିତ)/ ଅନୁଗୋଳ (ଅମିତ କୁମାର ସାମଲ):ଅନୁଗୋଳ ଜିଲା ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଗୁରୁବାର ପ୍ରାର୍ଥିପତ୍ର ଦାଖଲ ପାଇଁ ବିରାଟ ଶୋଭାଯାତ୍ରାରେ ଆସିଥିଲେ ହେଁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଫେରିଯାଇଛନ୍ତି। କେଉଁ କାରଣରୁ ନଳିନୀ ପ୍ରାର୍ଥିପତ୍ର ଦାଖଲ ନ କରି ଫେରିଲେ ତାହାକୁ ନେଇ ଜିଲାରେ ନାନା ଆଲୋଚନା ଚାଳିଛି।
ସୂଚନା ଅନୁଯାୟୀ, ପୂର୍ବାହ୍ନ ୯ଟା ବେଳେ ବିଧାୟକ ପ୍ରାର୍ଥୀ ପ୍ରଧାନ ସ୍ଥାନୀୟ ମା’ ମାହେଶ୍ୱରୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ପରେ ଏକ ସୁସଜ୍ଜିତ ଗାଡ଼ିରେ ବିରାଟ ପଟୁଆରରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ। ତାଙ୍କ ସହିତ ବରିଷ୍ଠ ନେତା ଭାଗୀରଥି ପ୍ରଧାନ, କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ, ଜିଲା ପରିଷଦ ସଭାପତି ବବିତା ପ୍ରଧାନ, ଏନ୍‌ଏସି ଅଧ୍ୟକ୍ଷା ଆଶା କୁମାରୀ ସାହୁ ପ୍ରମୁଖ ଶୋଭଯାତ୍ରରେ ଆସିଥିଲେ। ସହର ପରିକ୍ରମା ସାରି ନଳିନୀ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବାହ୍ନ ୧୧ଟାରେ ପହଞ୍ଚିଥିଲେ। ନଳିନୀଙ୍କ ପ୍ରାର୍ଥତ୍ପତ୍ର ଦାଖଲ ସମ୍ପର୍କରେ ପୂର୍ବ ଦିନରୁ ଘୋଷଣା ହୋଇଥିବାରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଭିଡ଼ ଲାଗିଥିଲା। ହେଲେ ଶୋଭାଯାତ୍ରାରେ ଆସିଥିବା ନଳିନୀ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ନ ପଶି ଫେରିଯାଇଥିଲେ। ଏପରି କି କିଛି ସମୟ ପରେ ପ୍ରାର୍ଥତ୍ପତ୍ର ଦାଖଲ କରିବାକୁ ସେ ଆସିପାରନ୍ତି ବୋଲି ଆଲୋଚନା ହେଉଥିବାରୁ ଗଣମାଧ୍ୟମ ପ୍ରତିନିଧିମାନେ ଧାର୍ଯ୍ୟ ସମୟ ତଥା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ ମଧ୍ୟ ନଳିନୀ ଆସି ନ ଥିଲେ। ଏ ସମ୍ପର୍କରେ ଉପଜିଲାପାଳ ତଥା ରିଟର୍ନିଂ ଅଧିକାରୀ ଡ. ଜିତେନ୍ଦ୍ର କୁମାର ପାତ୍ର କହିଛନ୍ତି, ଧାର୍ଯ୍ୟ ସମୟ ଭିତରେ କେହି ପ୍ରାର୍ଥତ୍ପତ୍ର ଦାଖଲ କରିନାହାନ୍ତି। ବିଧାୟକ ପ୍ରାର୍ଥୀ ନଳିନୀ କହିଛନ୍ତି, ଗୁରୁବାର ନାମାଙ୍କନ କରିବାର କୌଣସି ଯୋଜନା ନ ଥିଲା। କେବଳ କର୍ମୀମାନେ ସେମାନଙ୍କ ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ଲୋକଙ୍କୁ ଦେଖାଇବାକୁ ଏକ ରୋଡ୍‌ ଶୋ କରିଥିଲେ। ବିଜେଡି ଏଠାରେ ଶକ୍ତି ପ୍ରଦର୍ଶନ କରିଛି। ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଚୋରି ଅଭିଯୋଗରେ ୪ ଗିରଫ କରି କୋର୍ଟ ଚାଲାଣ କଲା ବିଜେପୁର ପୋଲିସ

ଲାଞ୍ଜିଗଡ,୧୧ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ସିନ୍ଧିଭଟା ଗ୍ରାମରୁ ଛେଳି ଚୋରି ଅଭିଯୋଗରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି...

ଲାଞ୍ଜିଗଡ଼ରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ

ଲାଞ୍ଜିଗଡ,୧୧ା୪ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବେନଗାଁ, ଲାଞ୍ଜିଗଡ ରୋଡ୍‌, ମଧୁପୁର ପିଏଚ୍‌ସିଠାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା...

ଲୁକ୍କାୟିତ ପ୍ରତିଭାର ବିକାଶକୁ ଗୁରୁତ୍ୱ

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):  ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ପିଲାଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ କରିବ। ଏହା ମାଧ୍ୟମରେ ପିଲାଙ୍କୁ ସହ ଶୈକ୍ଷିକ କାର୍ଯ୍ୟକ୍ରମରେ ନିୟୋଜିତ...

କୋଲକାତାର ମହାବିଜୟ, ୮ ଉଇକେଟରେ ହାରିଗଲା ଚେନ୍ନାଇ

ଚେନ୍ନାଇ, ୧୧।୪-ଅଧିନାୟକ ପରିବର୍ତ୍ତନ ହେଲେ ହେଁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳର ଭାଗ୍ୟ ପରିବର୍ତ୍ତନ ହୋଇନାହିଁ। ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦଳ...

ଶୁଦ୍ଧକ୍ରିୟାକୁ ବିତିଥିଲା ୩୭ ବର୍ଷ:  ମା’ କୋଳକୁ  ଫେରିଲା ହଜିଲା ପୁଅ, କୋଳେଇନେଇ… 

ଦାରିଙ୍ଗବାଡ଼ି,୧୧।୪ (ଅରୁଣ ସାହୁ): ଶୁଦ୍ଧକ୍ରିୟାକୁ ୩୭ ବର୍ଷ ବିତିବା ପରେ ଜନ୍ମ ମାଟିକୁ ଫେରିଲେ ପୁଅ ଆଉ ପରିବାର ଗ୍ରାମବାସୀ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ। ଏଭଳି...

ବଜ୍ରପାତ, କୁଆପଥର ବର୍ଷାରେ ୬୧ ମୃତ

ପାଟନା,୧୧।୪: ବିହାରର ବିଭିନ୍ନ ଜିଲାରେ ଗତ ୪୮ ଘଣ୍ଟା ମଧ୍ୟରେ ବଜ୍ରପାତ ଏବଂ କୁଆପଥର ବର୍ଷାରେ ଅନୂ୍ୟନ ୬୧ ଜଣଙ୍କ ମୃତ୍ୟୁ ଘଟିଛି। ନାଳନ୍ଦା ଜିଲାରେ...

ଘଣ୍ଟ ବାଡେଇ ନିଖୋଜ ଯୁବକଙ୍କୁ ଖୋଜା ଚାଲିଛି, ଏତଲା ପରେ ତଦନ୍ତ ଆରମ୍ଭ କଲା ଭଞ୍ଜନଗର ପୋଲିସ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡପଥରା ଗ୍ରାମର ପଠାଣି ନାଇକ ଗତ ବୁଧବାରଠାରୁ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।...

The Bird Suicide Valley: ଦୁଷ୍ଟ ଆତ୍ମା ନା ଅନ୍ୟକିଛି, ଏଇ ଗାଁରେ ପକ୍ଷୀମାନେ ଯାଇ କରନ୍ତି ଆତ୍ମହତ୍ୟା

ଆସାମର ଜାଟିଙ୍ଗା ନାମକ ଏକ ଛୋଟ ଗାଁରେ ପ୍ରତିବର୍ଷ ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ଏକ ଅଜଣା ଘଟଣା ଘଟିଥାଏ। ଏହି ସମୟରେ ବିଭିନ୍ନ ପ୍ରଜାତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image