Advertisement

ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ରୁପାଶଙ୍ଖ ଦାନ କଲେ ନଳିନୀପ୍ରଭା: ଓଜନ ଜାଣିଲେ…

ପୁରୀ,୭ା୧(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସୋମବାର ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମ୍ବଲପୁର ନନ୍ଦପଡ଼ାର ନଳିନୀପ୍ରଭା ଦାସ ଓ ତାଙ୍କ ପରିବାରବର୍ଗ ରୁପାଶଙ୍ଖ ଦାନ କରିଛନ୍ତି। ରୁପା ଶଙ୍ଖଟିର ଓଜନ ୧ କିଲୋ ୬୧୯ ଗ୍ରାମ୍‌ ରହିଛି। କୌଣସି ମାନସିକ ନ ଥିଲେ ମଧ୍ୟ ରୁପାଶଙ୍ଖ ଦାନ କରିବା ପାଇଁ ନଳିନୀପ୍ରଭା ଇଚ୍ଛା ରଖିଥିଲେ। ନଳିନୀପ୍ରଭା କହିଛନ୍ତି, ଥରେ ସେ ଟିଭିରେ ଦେଖିଥିଲେ, ଜଣେ ଭକ୍ତ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶଙ୍ଖ ଦାନ କରିଛନ୍ତି। ସେହିଦିନଠାରୁ ସେ ଏଭଳି ଦାନ କରିବା ନିମନ୍ତେ ମନରେ ଭାବିଥିଲେ, ଯାହା ଆଜି ପୂରଣ ହୋଇଛି। ଏହି ଶଙ୍ଖକୁ ଯଦି ମହାପ୍ରଭୁ ସୁନାବେଶରେ ଧାରଣ କରନ୍ତି ତେବେ ସେ ନିଜକୁ କୃତାର୍ଥ ଓ ଭାଗ୍ୟବାନ ମଣିବେ ବୋଲି ନଳିନୀପ୍ରଭା କହିଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହି ଅବସରରେ ତାଙ୍କ ପରିବାରବର୍ଗଙ୍କ ସମେତ ଦଇତାପତି ସେବକ ବିନାୟକ ଦାସ ମହାପାତ୍ର ଏବଂ କୃପାସିନ୍ଧୁ ଦାସ ମହାପାତ୍ର ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share