ଆବଶ୍ୟକ ସାମଗ୍ରୀ: ଏକ କପ୍ ମଇଦା, ଏକ ଚାମଚ ଗୁଆ ଘିଅ, ଏକ କପ୍ ଉଷୁମ ପାଣି, ଏକ ଛୋଟ ଚାମଚ ଲେଖାଏ ଜୁଆଣି, ଗରମ ମସଲା, ଲାଲ ଲଙ୍କା, ଚାଟ ମସଲା, ସ୍ବାଦାନୁସାରେ ଲୁଣ, ଛାଣିବା ଲାଗି ତେଲ।
ପ୍ରସ୍ତୁତି ପ୍ରଣାଳୀ: ଏକ ପାତ୍ରରେ ମଇଦା, ଲୁଣ, ଲାଲ ଲଙ୍କା, ଗରମ ମସଲା, ଦେଶୀ ଘିଅ, ଜୁଆଣି ଏବଂ ଆବଶ୍ୟକତା ଅନୁଯାୟୀ ପାଣି ମିଶାଇ ଭଲ ଭାବେ ଚକଟି ଦିଅନ୍ତୁ। ଧ୍ୟାନରେ ରଖନ୍ତୁ ଏହା ଯେପରି ପାଣିଆ ନ ହୁଏ। ଏହାକୁ ୧୫ ରୁ ୨୦ ମିନିଟ୍ ଅଲଗା ରଖି ଦିଅନ୍ତୁ। ଏହାକୁ ମୋଟା କରି ବେଲି ଦିଅନ୍ତୁ ଏବଂ ଇଚ୍ଛାନୁସାରେ ଯେକୌଣସି ଆକାରରେ ଛୋଟ ଛୋଟ କାଟି ଦିଅନ୍ତୁ। ବର୍ତ୍ତମାନ ଚୁଲାରେ କଡେଇ ବସାଇ ତେଲ ଗରମ କରନ୍ତୁ ଏବଂ କାଟିି ରଖିଥିବା ମିଶ୍ରଣକୁ ମଧ୍ୟମ ଆଞ୍ଚରେ ହାଲକା ଲାଲ ହେବା ପର୍ଯ୍ୟନ୍ତ ଛାଣନ୍ତୁ। ପ୍ରସ୍ତୁତ ହୋଇଗଲା ନମକପାରା, ଗରମ ଗରମ ଏହାକୁ ଖାଆନ୍ତୁ କିମ୍ବା ଏହାକୁ ଡବାରେ ରଖି ଯେକୌଣସି ସମୟରେ ଖାଇବାର ମଜା ନିଅନ୍ତୁ ।