Advertisement

ପୂର୍ବତନ କ୍ରିକେଟରଙ୍କ ପିତା ଗିରଫ

ଭୋପାଳ,୭।୬: ପୂର୍ବତନ ଭାରତୀୟ କ୍ରିକେଟର ନମନ ଓଝାଙ୍କ ପିତା ବିନୟ ଓଝାଙ୍କୁ ମୁଲତାଇ ପୋଲିସ ଗିରଫ କରିଛି। ବ୍ୟାଙ୍କ ମ୍ୟାନେଜର ଭାବେ ବିନୟ ୧.୨୫ କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି। ପୋଲିସ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା। କୋର୍ଟ ତାଙ୍କୁ ଏକ ଦିନିଆ ରିମାଣ୍ଡରେ ପଠାଇଛନ୍ତି। ଏହି ସମୟରେ ନମନ ମଧ୍ୟ ପୋଲିସ ଷ୍ଟେଶନରେ ଉପସ୍ଥିତ ଥିଲେ। ସେ ତାଙ୍କ ପିତାଙ୍କୁ ଜାମିନ ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ।
୨୦୧୩ରେ, ବ୍ୟାଙ୍କ ଅଫ ମହାରାଷ୍ଟ୍ରର ଜୌଲଖେରା ଶାଖାରେ ପ୍ରାୟ ୧.୨୫ କୋଟି ଟଙ୍କା ହଡପ ମାମଲା ସାମ୍ନାକୁ ଆସିଥିଲା। ଏହି ମାମଲାରେ ୨୦୧୪ରେ, ତତ୍କାଳୀନ ମ୍ୟାନେଜର ଥିବା ନମନଙ୍କ ପିତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ୨୦୧୪ରେ ମାମଲା ରୁଜୁ ହେବା ପରଠାରୁ ବିନୟ ଫେରାର ଥିଲେ। ଗତ ଆଠ ବର୍ଷ ଧରି ପୋଲିସ ତାଙ୍କୁ ଖୋଜୁଥିଲା।
ନମନ ଓଝା ଭାରତର ଜଣେ ଜଣାଶୁଣା କ୍ରିକେଟର। ସେ ତାଙ୍କ କ୍ୟାରିୟରରେ ଗୋଟିଏ ଟେଷ୍ଟ, ଗୋଟିଏ ଦିନିକିଆ ଏବଂ ଦୁଇଟି ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ଏହା ବ୍ୟତୀତ ନମନ ୧୧୩ଟି ଆଇପିଏଲ ମ୍ୟାଚ ମଧ୍ୟ ଖେଳିଛନ୍ତି। ୨୦୨୧ ମସିହାରେ ନମନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share