ବଦଳିବ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାର ନାଁ: ମନ୍ତ୍ରୀ

ଭୁବନେଶ୍ୱର,୧୯।୧୦: ବଦଳିବ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାର ନାମ । ନୂଆ ନାମ ହେବ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ।

ମନ୍ତ୍ରୀ କହିଛନ୍ତି, ଯୋଜନାର ନାମ ପରିବର୍ତ୍ତନ ନେଇ ରାଜ୍ୟ ସରକାର ୨ ଦିନ ଭିତରେ ଗାଇଡଲାଇନ୍‌ ଆଣୁଛନ୍ତି । ଏହାପରେ ପଲ୍ଲୀସଭାକୁ ଗୁରୁତ୍ୱ ଦିଆଯିବ। ପଞ୍ଚାୟତ ପ୍ରତିନିଧିମାନଙ୍କୁ କ୍ଷମତା ଦିଆଯିବ । ଲୋକଙ୍କ ପ୍ରସ୍ତାବ ଅନୁସାରେ ଗ୍ରାମର ବିକାଶ କରାଯିବ ବୋଲି ସେ କହିଛନ୍ତି ।

Share