Categories: ଜାତୀୟ

ଇଣ୍ଡିଆର ନାମ ପରିବର୍ତ୍ତନ ହେବ, ଯାହାକୁ ପସନ୍ଦ ନୁହେଁ ସେ ଦେଶ ଛାଡ଼ିବାକୁ ସ୍ବତନ୍ତ୍ର: ଭାଜପା ନେତାଙ୍କ ବିବାଦୀୟ ମନ୍ତବ୍ୟ…

କୋଲକାତା,୧୦।୯ : ଭାରତର ନା ପରିବର୍ତ୍ତନ ନେଇ ବିବାଦ ଜାରି ରହିଛି। ଏହି ମର୍ମରେ ପଶ୍ଚିମବଙ୍ଗ ଭାରତୀୟ ଜନତା ପାର୍ଟି (ଭଜାପା) ନେତା ଦିଲୀପ ଘୋଷ କହିଛନ୍ତି ଇଣ୍ଡିଆର ନାମ ଭାରତ ହେବ ଏବଂ ନାମ ପରିବର୍ତ୍ତନକୁ ବିରୋଧ କରୁଥିବା ବ୍ୟକ୍ତିମାନେ ଦେଶ ଛାଡି ପାରିବେ। ଏହି ପଦକ୍ଷେପ ଯାହାକୁ ପସନ୍ଦ ନୁହେଁ ସେ ଦେଶ ଛାଡ଼ିବାକୁ ସ୍ବତନ୍ତ୍ର।

ମେଦିନାପୁରର ଏମପି ଘୋଷ ଏହା ମଧ୍ୟ କହିଛନ୍ତି କୋଲକାତାରୁ ବିଦେଶୀମାନଙ୍କ ପ୍ରତିମୂର୍ତ୍ତି ହଟାଯିବ। ଖଡ଼କପୁର ସହରରେ ଏକ ଚ୍‌‘ଚା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି, ଯେତେବେଳେ ଆମ ଦଳ ପଶ୍ଚିମବଙ୍ଗରେ କ୍ଷମତାକୁ ଆସିବ, ଆମେ କୋଲକାତାରେ ବିଦେଶୀମାନଙ୍କ ସମସ୍ତ ପ୍ରତିମୂର୍ତ୍ତିକୁ ହଟାଇବୁ।

ରାଜ୍ୟର ଅନ୍ୟ ଜଣେ ବରିଷ୍ଠ ନେତା ରାହୁଲ ସିହ୍ନା ନାମ ପରିବର୍ତ୍ତନକୁ ସମର୍ଥନ କରି ଯୁକ୍ତି ବାଢ଼ିଛନ୍ତି ଗୋଟିଏ ଦେଶର ଦୁଇଟି ନାମ ରହିପାରିବ ନାହିଁ। ପରିବର୍ତ୍ତନ ପାଇଁ ଏହା ଏକ ସୁବିଧାଜନକ ମୁହୂର୍ତ୍ତ, ବିଶେଷ କରି ବିଶ୍ୱ ନେତାମାନେ ଜି-୨୦ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ଥିଲେ। ବିରୋଧୀ ଇଣ୍ଡିଆ ମିଳିତ ମଞ୍ଚର ଭୟ କାରଣରୁ ଭାଜପା ପ୍ରକୃତ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଥିବା ଟିଏମସିର ମୁଖପାତ୍ର ଶାନ୍ତନୁ ସେନ ଅଭିଯୋଗ କରିଛନ୍ତି।

Share