ଟିକା ନେବା ତାଲିକାରେ ମୃତ ନର୍ସଙ୍କ ନାମ

ଲକ୍ଷ୍ନୌ,୧୩।୧: ପ୍ରଥମ ପର୍ଯ୍ୟାୟରେ କରୋନା ଟିକାକରଣ ପାଇଁ ପ୍ରସ୍ତୁତ ହୋଇଥିବା ତାଲିକାରେ କେତେକ ଅନିୟମିତତା ସମ୍ପର୍କରେ ଜଣାପଡ଼ିଛି। ଉତ୍ତରପ୍ରଦେଶରେ ଟିକା ନେବା ତାଲିକାରେ ମୃତ ନର୍ସଙ୍କ ନାମ ରହିଛି। ସେହିପରି ଅବସର ଗ୍ରହଣ କରିଥିବା ଡାକ୍ତରଙ୍କ ନାମ ମଧ୍ୟ ରହିଛି। ଏହାକୁ ନେଇ ପ୍ରଶାସନର ଅକଲଗୁଡୁମ୍‌ ହୋଇଯାଇଛି। ଜାନୁୟାରୀ ୧୬ରୁ ରାଜ୍ୟର ୮୫୨ କେନ୍ଦ୍ରରେ ଟିକାକରଣ କାର୍ଯ୍ୟ ଆରମ୍ଭ ହେବ। ଏହା ପୂର୍ବରୁ ପ୍ରସ୍ତୁତ ହୋଇଥିବା ତାଲିକାରେ ଏଭଳି ସମସ୍ୟା ଥିବା ଜଣାପଡ଼ିଛି। ତାଲିକା ପ୍ରସ୍ତୁତିରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଅଭିଯୋଗ ହୋଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜୟ ପ୍ରତାପ ସିଂ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Share