Categories: ଜାତୀୟ

ବଦଳିଲା ମାନବ ସମ୍ବଳ ମନ୍ତ୍ରଣାଳୟ ନାମ

ନୂଆଦିଲ୍ଲୀ, ୨୯।୭: ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ନାମକୁ ପରିବର୍ତ୍ତନ କରାଯାଇଛି। ଏବେ ଏହା ଶିକ୍ଷା ମନ୍ତ୍ରଣାଳୟ ଭାବେ କାର୍ଯ୍ୟ କରିବ। ଏସମ୍ପର୍କିତ ଏକ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ବୈଠକରେ ଦେଶରେ ନୂତନ ଶିକ୍ଷାନୀତି ଲାଗୁ ପାଇଁ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନାମ ପରିବର୍ତ୍ତନ ଲାଗି ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ଏହା ଉପରେ ବିଚାର ବିମର୍ଷ କରାଯିବା ପରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Share