ଶିକ୍ଷାନୁଷ୍ଠାନରେ ଓଡ଼ିଆରେ ଲେଖାଯିବ ନାମଫଳକ

ଭୁବନେଶ୍ୱର,୩୦ା୪(ବ୍ୟୁରୋ): ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ନାମଫଳକ ଓଡ଼ିଆ ଭାଷାରେ ଲେଖାଯିବାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏନେଇ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଓ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି।

ଚିଠିରେ କୁହାଯାଇଛି, ଦେଶର ପ୍ରତ୍ୟେକ ରାଜ୍ୟରେ ଇଂରାଜୀ ଭାଷା ସହିତ ପ୍ରାଦେଶିକ ଭାଷାକୁ ଗୁରୁତ୍ୱ ଦେଇ ସମସ୍ତ ଶିକ୍ଷାନୁଷ୍ଠାନରେ ନାମଫଳକ ଇଂରାଜୀ ସହ ସ୍ଥାନୀୟ ଭାଷାରେ ଲେଖୁଛନ୍ତି। ତେଣୁ ଶିକ୍ଷାନୁଷ୍ଠାନରେ ନାମଫଳକ ଓଡ଼ିଆ ଭାଷାରେ ଲେଖାହେଲେ ଓଡ଼ିଆ ଭାଷାର ଗୌରବ ଅକ୍ଷୁଣ୍ଣ ରହିବ। ତିନି ସପ୍ତାହ ମଧ୍ୟରେ ଏହାର ଅନୁପାଳନ କରାଯାଇ ସରକାରଙ୍କ ଅବଗତି ନିମନ୍ତେ ଜଣାଇବାକୁ ଚିଠିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଟ୍ଟେ, ଆଶିଷ ସିଂ ଟିକେଟ କଥା ବୁଝୁଥିଲେ: ସୁନନ୍ଦା

ଯାଜପୁର,୩୧ା୧୦(ହର୍ଷବର୍ଦ୍ଧନ ବେହେରା): ଗତ ନିର୍ବାଚନରେ ବିଜୁ ଜନତା ଦଳର ଟିକେଟ କଥା ବରିଷ୍ଠ ଅଫିସର ଡି.ଏସ. କୁଟ୍ଟେ ଓ ଆଶିଷ ସିଂହ ବୁଝୁଥିଲେ। ଏହା କହିଛନ୍ତି...

ମାଛ ଖାଇଦେବାରୁ ରୋଷେୟାଙ୍କୁ ହତ୍ୟା

ଭୁବନେଶ୍ୱର,୩୧ା୧୦: ସୂର୍ଯ୍ୟକାନ୍ତ ବେହେରା): ମାଛ ଖାଇଦେବାରୁ ଜଣେ ରୋଷେୟାଙ୍କୁ ପନିକିରେ ହାଣି ହତ୍ୟା କରାଯାଇଛି। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମାଣା ଛକ ପାଖରେ ଥିବା...

ପରକୀୟା ପ୍ରୀତିରୁ ଆନାସ୍ଥେସିଆ ଦେଇ ସ୍ତ୍ରୀଙ୍କୁ ହତ୍ୟା

ଭୁବନେଶ୍ୱର,୩୧ା୧୦(ସତ୍ୟଜିତ୍‌ ରାଉତ): ଦୁଇ ପ୍ରେମିକାଙ୍କ ସହ ଥିବା ପରକୀୟା ପ୍ରୀତି ସମ୍ପର୍କ ମଝିରେ ବାଡ଼ ସାଜିଥିଲେ ସ୍ତ୍ରୀ। ଏଥିପାଇଁ ସ୍ତ୍ରୀଙ୍କୁ ସବୁଦିନ ପାଇଁ ହଟାଇବାକୁ ହୋଇଥିଲା...

ଜମି ପାଇଁ ହତ୍ୟା! ବାପା-ପୁଅ ମୃତ

ପୁରୀ, ୩୧ା୧୦: (ଅଜିତ୍‌ କୁମାର ମହାନ୍ତି): ପୁରୀରେ ବୁଧବାର ପୁଣି ୨ ଜଣଙ୍କ ମୁଣ୍ଡ ଗଡ଼ିଛି। ଏପରି ଏକ ଅଭାବନୀୟ ଘଟଣା ସଦର ଥାନା ଅନ୍ତର୍ଗତ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆସିଲା ୭୧ ଲକ୍ଷର ବାତ୍ୟା ସହାୟତା

ଭୁବନେଶ୍ୱର,୩୧ା୧୦:(ସୁନିତ୍‌ ମିଶ୍ର): ବାତ୍ୟା ‘ଦାନା’ କ୍ଷତିଗ୍ରସ୍ତଙ୍କ ସହାୟତା ଓ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବୁଧବାର ଲୋକସେବା ଭବନଠାରେ ବିଭିନ୍ନ ସଂସ୍ଥା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ...

ଅନ୍ତ୍ୟୋଦୟ କାର୍ଡରେ ଜାଲିଆତି

ଭୁବନେଶ୍ୱର,୩୧ା୧୦(ଅନିଲ ଦାସ): ଅନ୍ତ୍ୟୋଦୟ ଅନ୍ନ ଯୋଜନା (ଏଏଓ୍ବାଇ)ରେ ଜାଲିଆତି ହେଉଛି। ବହୁ ଅଯୋଗ୍ୟ ବ୍ୟକ୍ତି ମାସକୁ ୩୫ କିଲୋ ଚାଉଳ ନେଉଛନ୍ତି। ରାଜ୍ୟରେ ପ୍ରାୟ ୧...

ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିବ

ଭୁବନେଶ୍ୱର,୩୧ା୧୦(ଅନୁରାଧା ମହାରଣା): ଏବେ ବି ଦିନରେ ପ୍ରବଳ ଖରା ଓ ଗରମ ଅନୁଭୂତ ହେଉଛି। ହେଲେ ରାତିରେ କୁହୁଡ଼ି ପଡ଼ିବା ସହ ଥଣ୍ଡା ଲାଗୁଛି। ଧୀରେ...

ଯାତ୍ରାରେ ବନ୍ଦ ହେବ ଅଶ୍ଳୀଳ ନୃତ୍ୟ

ଭୁବନେଶ୍ୱର,୩୧ା୧୦(ସୁନିତ୍‌ ମିଶ୍ର): ଯାତ୍ରାରେ ଆଉ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ହେଇପାରିବନାହିଁ। ଖୋଲା ମଞ୍ଚ ଯାତ୍ରାରେ ନାଟକକୁ ନେଇ ଦର୍ଶକଙ୍କ ଭିତରେ କ୍ରେଜ୍‌ ବଢୁଛି। ହେଲେ ନାଟକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri