Categories: ଖେଳ

୧୩୨ରେ ଅଟକିଲା ନାମ୍ବିଆ

ଦୁବାଇ,୮।୧୧: ସ୍ଥାନୀୟ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ସୋମବାର ନାମ୍ବିଆ ବିପକ୍ଷ ମ୍ୟାଚରେ ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ନାମ୍ବିଆ ବ୍ୟାଟିଂ କରିବାକୁ ଆସି ୨୦ ଓଭରରେ ୮ ଉଇକେଟ ହରାଇ ୧୨୩ ରନ୍‌ କରିଛି। ଦାଭିଡ ଓ୍ବାଇସ୍‌ ସର୍ବାଧିକ ୨୬ ରନ୍‌(୨ବଲ୍‌ରେ, ୨ ଚୌକା) କରିଥିବା ବେଳେ ଷ୍ଟିଫାନ ବାର୍ଡ ୨୧, ମାଇକେଲ ଭାନ ଲିଙ୍ଗେନ ୧୪, ଅଧିନାୟକ ଗରହର୍ଡ ଏରାସମସ୍‌ ୧୨ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଏପରିକି ଦଳର ଅନ୍ୟ ବ୍ୟାଟ୍ସମ୍ୟାନ ମଧ୍ୟ ବିଫଳ ହେବାରୁ ରନ୍‌ ଗତି ଧୀମେଇ ଯାଇଥିଲା।

ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ଏବଂ ରବିନ୍ଦ୍ର ଜାଡେଜା ୩ଟି ଲେଖାଏ ଉଇକେଟ ନେଇଥିବା ବେଳେ ଜସପ୍ରୀତ ବୁମ୍ରା ୨ଟି ଉଇକେଟ ଅକ୍ତିଆର କରିଥିଲେ।

Share