ହାଟ୍ରିକ୍‌ କଲେ ନମିତା

କୋରାପୁଟ,୧୨ା୩(ସ୍ବ.ପ୍ର.): କୋରାପୁଟ ବ୍ଲକ ଅଧ୍ୟକ୍ଷା ଭାବେ ନମିତା ମାଝି ହାଟ୍ରିକ କରିଛନ୍ତି। ନମିତା ୪ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିବା ଜଣାଯାଇଛି। ଶନିବାର ମଧ୍ୟାହ୍ନରେ କୋରାପୁଟ ବ୍ଲକ ଅଧ୍ୟକ୍ଷା ପଦବୀ ନିମନ୍ତେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ମସ୍ତିପୁଟ ସମିତିସଭ୍ୟା ନମିତା ଏବଂ ବିଜେଡି ସମର୍ଥିତ ପ୍ରାର୍ଥୀଭାବେ ପଦ୍ମପୁର ସମିତିସଭ୍ୟା ଗୀତା ମୁଦୁଲି ନିଜର ନାମାଙ୍କନପତ୍ର ଦାଖଲ କରିଥିଲେ। କଂଗ୍ରେସ ସମର୍ଥିତ ପ୍ରାର୍ଥୀ ନମିତା ୯ ଖଣ୍ଡ ଭୋଟ୍‌ ପାଇଥିବାବେଳେ ବିଜେଡି ସମର୍ଥିତ ପ୍ରାର୍ଥୀ ଗୀତା ୫ ଖଣ୍ଡ ଭୋଟ୍‌ ପାଇଥିଲେ। ସେମିଳିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ବେହେରା ନିର୍ବାଚନ ଅଧିକାରୀଭାବେ ଅଧ୍ୟକ୍ଷ ନିର୍ବାଚନକୁ ପରିଚାଳନା କରିବା ସହିତ ନମିତାଙ୍କୁ ବିଜୟୀ ଘୋଷଣା କରିଥିଲୋ।

Share