ହକି ବିଶ୍ୱକପ୍‌ ପାଇଁ ଜାତୀୟ ସଙ୍ଗୀତ ଗାଇବେ କୋରାପୁଟର ନମିତା

ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): ଆସନ୍ତା ବର୍ଷ ଜାନୁୟାରୀ ୧୩ରେ ହକି ବିଶ୍ୱକପ୍‌ ଓଡ଼ିଶାରେ ଆୟୋଜନ ହେଉଛି। ଏଥିପାଇଁ ଜାତୀୟ ସଙ୍ଗୀତ ରେକର୍ଡ କରିବେ ନମିତା ମେଲେକା। କୋରାପୁଟ ଜିଲାର ବନ୍ଧୁଗାଓଁ ବ୍ଲକ୍‌ ବାସିନ୍ଦା ନମିତା ଓଡ଼ିଆ, ହିନ୍ଦୀ ସହ ସ୍ଥାନୀୟ କୁଇ ଭାଷାରେ ଗୀତ ଗାଆନ୍ତି। ତାଙ୍କ ଆଦିବାସୀ ଗୀତ ଇଣ୍ଟରନେଟ୍‌ରେ ଭାଇରାଲ ହେବା ପରେ ସେ ସମସ୍ତଙ୍କ ନଜରକୁ ଆସିଥିଲେ। ତେବେ ହକି ବିଶ୍ୱକପ୍‌ ଜାତୀୟ ସଙ୍ଗୀତ ଲାଗି ତାଙ୍କ କଣ୍ଠକୁ ଚୟନ କରାଯାଇଛି। ମୁମ୍ବାଇର ଏକ ଷ୍ଟୁଡିଓରେ ଏହା ରେକର୍ଡ କରାଯିବ ବୋଲି ସୂଚନା ମିଳିଛି।

Share