ଅଭିନେତ୍ରୀ ଭାବେ ଥିଲା ଦବ୍‌ଦବା, ହେଲେ ମହେଶ ବାବୁଙ୍କ ପାଇଁ ଅଭିନୟକୁ କରିଥିଲେ ବାଏ…

ହାଇଦ୍ରାବାଦ: ଏକ ସମୟରେ ସେ ଥିଲେ ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ତାଙ୍କ ହାତରେ ଥିଲା ଗୋଟିଏ ପରେ ଗୋଟିଏ ଫିଲ୍ମ। ହେଲେ ସେ ବିବାହ କରିବାକୁ ନିଷ୍ପତ୍ତି ନେଇ ଅଭିନୟ ଦୁନିଆକୁ ବାଏ କହିଥିଲେ। ଏପରିକି ଆଜିଯାଏ ସେ ନିଜ ବୈବାହିକ ଜୀବନ ସହ ପରିବାରକୁ ସମୟ ଦେଉଛନ୍ତି। ଆମେ କହୁଛୁ ଫିଲ୍ମ ‘ବାସ୍ତବ’ରେ ସଞ୍ଜୟ ଦତ୍ତଙ୍କ ନାୟିକା ସାଜିଥିବା ଅଭିନେତ୍ରୀ ନମ୍ରତା ଶିରୋଦକର।

ନମ୍ରତା ଦକ୍ଷିଣ ଭାରତୀୟ ସୁପରଷ୍ଟାର ମହେଶ ବାବୁଙ୍କୁ ବିବାହ କରିଛନ୍ତି। ହେଲେ ସେ ଯେତେବେଳେ ଏହି ନିଷ୍ପତ୍ତି ନେଲେ ସେ ଅଭିନୟ କ୍ଷେତ୍ରରେ ବେଶ ସଫଳ ଥିଲେ। ବିବାହ ଲାଗି କିନ୍ତୁ ସେ ସବୁକିଛି ଛାଡ଼ିଥିଲେ। କାରଣ ମହେଶ ତାଙ୍କ ସମ୍ମୁଖରେ ରଖିଥିଲେ ଗୋଟିଏ ସର୍ତ୍ତ। ସେଇଟି ଥିଲା ଯଦି ନମ୍ରତା ତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି, ତେବେ ତାଙ୍କୁ ଅଭିନୟ ଛାଡ଼ିବାକୁ ପଡ଼ିବ। କାରଣ ତାଙ୍କୁ କାମ କରୁଥିବା ସ୍ତ୍ରୀ ଆବଶ୍ୟକ ନାହିଁ। ଏହାକୁ ମାନିନେଇଥିଲେ ନମ୍ରତା।

ମହେଶଙ୍କ ସର୍ତ୍ତ ମୁତାବକ ନମ୍ରତା ବିବାହ ପୂର୍ବରୁ ଚୁକ୍ତି କରିଥିବା ସମସ୍ତ ଫିଲ୍ମର ଶୁଟିଂ ଶେଷ କରିଥିଲେ। ସେବେଠାରୁ ଏବେଯାଏ ସେ ମହେଶଙ୍କ ସହ ପ୍ରତିଟି ନିଷ୍ପତ୍ତିରେ ରହିଛନ୍ତି। ଗୋଟିଏ ପଟେ ମହେଶ ହିଟ୍‌ ପରେ ହିଟ୍‌ ଚଳଚ୍ଚିତ୍ର ଭେଟିଦେଉଥିବା ବେଳେ ନମ୍ରତା ପରିବାରର ମଙ୍ଗକୁ ବେଶ ମଜଭୂତ ଭାବେ ସମ୍ଭାଳି ଆସୁଛନ୍ତି।

Share